ଅନୁଗୋଳରେ ଆଜି ୨୫ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ସଂକ୍ରମିତ ସଂଖ୍ୟା ୧୮୯ ରେ ପହଞ୍ଚିଲା
ଅନୁଗୋଳ : ରବିବାର ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଂକ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୧୨ ଜଣ , ତାଳଚେର ବ୍ଲକ୍ ଅଞ୍ଚଳରୁ ୮ ଜଣ , ଅନୁଗୋଳ ପୌରାଞ୍ଚଳରୁ ୩ ଜଣ , ବଅଁରପାଳ ବ୍ଳକର ଶିଳ୍ପ ସଂସ୍ଥା ଅଞ୍ଚଳରୁ ଜଣେ ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି।
ତାଳଚେର ପୌରାଞ୍ଚଳର ୧୨ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଗଞ୍ଜାମ ଫେରନ୍ତା ପୁରୁଷ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାରର ୪ ଜଣ ସଦସ୍ୟ ଅଟନ୍ତି। ଏହି ୪ ଜଣ ସଦସ୍ୟଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୬୨ ଓ ୩୪ ବର୍ଷ ବୟସ ହୋଇଥିବା ବେଳେ ୨ ଜଣ ମହିଳାଙ୍କର ବୟସ ୫୨ ଓ ୨୫ ବର୍ଷ ବୟସ ଅଟେ ଏବଂ ସେମାନେ ସମସ୍ତେ ପୌରାଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ। ସେହିପରି ତାଳଚେର ପୌରାଞ୍ଚଳର ଜଣେ ୩୨ ବର୍ଷିୟ ପାରାଦ୍ଵିପ ଫେରନ୍ତା ପୁରୁଷ ଓ ଅନ୍ୟ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୭ , ୩୫ , ୩୧ ଓ ୪୦ ବର୍ଷ ବୟସ ଅଟେ ଏବଂ ସେମାନେ ମଧ୍ୟ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ। ଭୁବନେଶ୍ଵରରେ ରହୁଥୁବା ତାଳଚେର ପୌରାଞ୍ଚଳର ଜଣେ ୨୬ ବର୍ଷୀୟା ମହିଳାଙ୍କର ମଧ୍ୟ ପଜିଟିଭ ବାହାରିଛି। ଆଉ ଜଣେ ତାଳଚେର ପୌରାଞ୍ଚଳ ରୁ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଅନୁସାରେ ତାଳଚେର ବ୍ଲକ୍ ଅଞ୍ଚଳର ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣକ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୫୨ ଓ ୨୨ ବର୍ଷ ହୋଇଥିବାବେଳେ ମହିଳା ଜଣକର ବୟସ ୪୬ ବର୍ଷ ଯେଉଁମାନେ କି ଗଞ୍ଜାମରୁ ଫେରି ହୋମ କ୍ୟାରାଣ୍ଟାଇନ ରେ ଥିଲେ। ସେହିପରି ହୋମ କ୍ୟାରାଣ୍ଟାଇରେ ଥିବା ଜଣେ ୬୫ ବର୍ଷିୟା ମହିଳା ଓ ଜଣେ ୨୪ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ୩୨ ବର୍ଷୀୟା ମହିଳା ଓ ଅନ୍ୟ ଏକ ପରିବାରର ଜଣେ ୨୬ ବର୍ଷୀୟା ମହିଳା ଓ ଜଣେ ୮ ବର୍ଷର ବାଳକ ବିହାରରୁ ଫେରି ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ପୌରାଞ୍ଚଳର ଗୋଟିଏ ପରିବାରର ୩ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ପୁରୁଷ , ଜଣେ ୩୦ ବର୍ଷିୟା ମହିଳା ଓ ୫ ବର୍ଷିୟା ଝିଅ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍ର ଏକ ଶିଳ୍ପ ସଂସ୍ଥା ଅଞ୍ଚଳର ଜଣେ ୧୫ ବର୍ଷିୟା ଝିଅ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଳକ୍ ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଏହି ସମସ୍ତ ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ଏହି ୨୫ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୧୮୯ରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଅଞ୍ଚଳର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଛି। ଲୋକମାନେ ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ନିଜେ ସୁରକ୍ଷିତ ଏବଂ ଅନ୍ୟକୁ ସୁରକ୍ଷିତ ରହିବାରେ ସହାୟତା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜି ପରିକ୍ଷା ହୋଇଥିବା ୪୦ଟି କିଟ୍ ମାଧ୍ୟମରେ ଅନୁଗୋଳ ପୌରାଞ୍ଚଳରୁ ୩ ଜଣ ଓ ବଅଁରପାଳ ଶିଳ୍ପାଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।