ଢେଙ୍କାନାଳ ଜିଲ୍ଲାରେ ୧୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଢେଙ୍କାନାଳ: ଜିଲାରୁ ୧୦୧ ନୂଆ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ ଘରୋଇ ସଙ୍ଗରୋଧରୁ ଏବଂ ୧୧ ଜଣ କଟକ, ଭୁବନେଶ୍ଵର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ପୌରାଞ୍ଚଳରୁ ୩୫ ଆକ୍ରାନ୍ତଙ୍କ ମଧ୍ୟରୁ ବନମାଳୀ ପ୍ରସାଦରୁ ଜଣେ, କୋରିଆଁରୁ ୩, ଜୟଗୋପାଳ ସାହିରୁ ୧୨,ଦକ୍ଷିଣକାଳୀରୁ ୩,ବଡ଼ପଣ୍ଡା ସାହିରୁ ଜଣେ, ଦେଉଳସାହିରୁ ୨ ଜଣ, ପୋଲିସ୍ ଲେନରୁ ୩, ଦୋଳମଣ୍ଡପ ସାହିରୁ, ରତନ ବଜାରରୁ, ଖମାରସାହିରୁ, ଏଲଆଇସି ଲେନରୁ, ଲକ୍ଷ୍ମୀବଜାରରୁ, ସିମିଳିଆରୁ ଏବଂ କୁମ୍ଭାର ସାହି, ନୀଳାଦ୍ରିବିହାର, କଚେରୀରୋଡ଼ ଏବଂ ଗୁଡିଆନାଳୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ସଦର ବ୍ଳକର ୨୭ ଜଣଙ୍କ ମଧ୍ୟରୁ ଭାପୁରରୁ ୩, ବଳଦିଆବନ୍ଧରୁ ୨, ଶଙ୍କରପୁର ୧୭, ତେନ୍ତୁଳିଆପାଟଣାରୁ ୨,ବାଲିଅମ୍ବା ,କୋଇଲିପଙ୍ଗି ଓ ରାଜୁଆପାଟଣା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ହିନ୍ଦୋଳ ବ୍ଲକ୍ ରୁ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ବେଡାପଡାରୁ ୩, ଗିରିଧାରିପ୍ରସାଦ, କଳିଙ୍ଗା, ଦିଅରପସି, ଖଇଲିବୋରେଇ, ସିଙ୍କୁଳ, ଗୋବିନ୍ଦବେରଣୀ, ଚିତଲ ପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସି ରୁ ୭ ଜଣ, ପରଜଙ୍ଗ ବ୍ଲକ୍ କଙ୍କଡ଼ାସୋଡାରୁ ୩ ଜଣ। ଓଡାପଡା ବ୍ଲକ୍ କାଶୀଆଡ଼ିହି ଏବଂ ନାଧରାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ୬ ଜଣ ଅନ୍ୟାନ୍ୟ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।
ସେହିପରି ଜିଲ୍ଲାରେ ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଜିଲ୍ଲାରେ ମୋଟ ୪୪ ହଜାର ୭୬୨ଜଣଙ୍କର ନମୁନା ପରୀକ୍ଷା କର ଯାଇଛି। ସେଥିମଧ୍ୟରୁ ୨୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୮୩୧ ଜଣ ସୁସ୍ଥ ହୋଇଛନ୍ତି ଓ ୪୭୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି।
Also Read:
ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ
From The Web