India-China LAC Update: ଚୀନ୍‌ର ନୂଆ କୌଶଳ ଭାରତୀୟ ସେନାଙ୍କ ପାଇଁ ଲାଉଡ ସ୍ପିକରରେ ବଜାଉଛି ପଞ୍ଜାବୀ ଗୀତ

Share this:

ଲେହ: ଏଲଏସି (LAC) ଉପରେ ଭାରତ-ଚୀନ୍ ସୀମା ମଧ୍ୟରେ ତିକ୍ତତା ଦିନ କୁ ଦିନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିନା ଯୁଦ୍ଧରେ ଭାରତୀୟ ସେନାକୁ ପରାସ୍ତ କରିବାକୁ ଚୀନ୍ ଏକ ନୂଆ ଷଡଯନ୍ତ୍ର ସୃଷ୍ଟି କରିଛି। ଚାଇନା ଫିଙ୍ଗର -୪(Finger 4) ଅଞ୍ଚଳରେ ଏଲଏସି ଉପରେ ଲାଉଡ ସ୍ପିକର ଲଗାଇଛି। ଚୀନ୍ ଏହି ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଉଛି । ଏହା ଏକ ନୂତନ ରଣନୀତିର ଅଂଶ ଭାବରେ ଚୀନ୍ ଲାଉଡ ସ୍ପିକର ମାଧ୍ୟମରେ ଭାରତୀୟ ସେନାଙ୍କ ଉପରେ ମାନସିକ ଚାପ (Psychological Tactics) ପକାଇବାକୁ ଚେଷ୍ଟା କରୁଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ (ANI) ଅନୁଯାୟୀ ଚୀନ୍ ସେନା ଫିଙ୍ଗର -୪ ଅଞ୍ଚଳରେ ଲାଉଡ ସ୍ପିକର ଲଗାଇଛି। ସୂତ୍ରରୁ ପ୍ରକାଶ ଯେ ଚୀନ୍ ସେନା ଯେଉଁଠାରେ ଲାଉଡ ସ୍ପିକର ଲଗାଇଛନ୍ତି ସେହି ଅଞ୍ଚଳରେ ୨୪ ଘଣ୍ଟା ଧରି ଭାରତୀୟ ସୈନିକଙ୍କ ନଜରରେ ରହିଛି। ଚୀନ୍ ବର୍ତ୍ତମାନ ଭାରତୀୟ ସୈନିକଙ୍କ ମନୋବଳ ଭାଙ୍ଗିବା ପାଇଁ ଏକ ନୂଆ ଷଡଯନ୍ତ୍ର ରଚିଛି। ବାସ୍ତବରେ ଭାରତରୁ ନିୟୋଜିତ ସୈନ୍ୟବାହିନୀରେ ଶିଖ୍ ମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। କୁହାଯାଉଛି ଯେ ଚୀନ୍ ସେନା ମାନସିକ ଚାପରେ ଏଭଳି ଗୀତ ବଜାଉଛନ୍ତି।

ପାଙ୍ଗଙ୍ଗ (Pangong) ଅଞ୍ଚଳରେ ଚୀନ୍ ଏବଂ ଭାରତ ମଧ୍ୟରେ କ୍ରମାଗତ ଉତ୍ତେଜନା ଲାଗି ରହିଛି। ଗତ ୨୯-୩୦ଅଗଷ୍ଟରେ ଚୀନ୍ ଏହି ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ଚୀନ୍ ସୈନ୍ୟମାନଙ୍କୁ ଏହା କରାଇ ଦେଇନଥିଲା। ସେବେଠାରୁ ଚୀନ୍ ସୈନ୍ୟ ସେଠାରେ ଛିଡ଼ା ହୋଇଛି। କିଛି ଦିନ ପୂର୍ବରୁ ସେପ୍ଟେମ୍ବର ୮ରେ ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ଏହି ଅଞ୍ଚଳରେ ଜବରଦସ୍ତ ଗୁଳି ବିନିମୟ ହୋଇଥିଲା। ଉଭୟ ପକ୍ଷର ସୈନିକଙ୍କ ମଧ୍ୟରେ ୧୦୦ ରୁ ଅଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ଗତ ୨୦ ଦିନ ମଧ୍ୟରେ ଭାରତ ଏବଂ ଚୀନ୍‌ର ପୂର୍ବ ଲଦାଖରେ ସୈନିକଙ୍କ ମଧ୍ୟରେ ଅତି କମରେ ତିନୋଟି ଗୁଳି ବିନିମୟ ହୋଇଛି।

Also Read:

ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଜୈବିକ ଅସ୍ତ୍ର ତିଆରି କରୁଛନ୍ତି!

ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?

Share this: