Breaking Newsଓଡ଼ିଶା ରାଜ୍ୟ ରେ ସୁସ୍ଥ ହେଲେ ସର୍ବାଧିକ ୮୬୪ ଜଣ କରୋନା ଆକ୍ରାନ୍ତ July 26, 2020 MahimaLive 14 Views Breaking News, covid-19, COVID-19 LATEST NEWS, odisha, ODISHA NEWS, RECOVERD RATE, ଓଡ଼ିଶା, ଓଡ଼ିଶା କରୋନା ଖବର, ଓଡ଼ିଶା କୋଭିଡ଼ ଖବର 0 min read Share this: ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୮୬୪ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬ ହଜାର ୭୯୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୪୩୨ ଜଣ,ରାୟଗଡା ରୁ ୧୩୭, ବରଗଡ଼ ରୁ ୩୧ଜଣ, ଖୋର୍ଦ୍ଧା ରୁ ୨୮ଜଣ, କଟକ ରୁ ୨୬ ଜଣ, କେଉଁଝର ରୁ ୨୬ଜଣ, ଭଦ୍ରକ ରୁ ୨୩ ଜଣ , ମୟୁରଭଞ୍ଜ ରୁ ୨୨ଜଣ,ଯାଜପୁର ରୁ ୧୯ ଜଣ,କନ୍ଧମାଳ ରୁ ୧୫ ଜଣ , ସମ୍ବଲପୁର ଓ ଗଜପତି ଜିଲ୍ଲାରୁ ରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ରୁ ୧୨ ଜଣ , ଢେଙ୍କାନାଳ ଓ ସୁନ୍ଦରଗଡ଼ ରୁ ୧୦ ଜଣ ଲେଖାଏଁ,ନୟାଗଡ ରୁ ୭ ଜଣ , ବାଲେଶ୍ଵର ,ମାଲକାନଗିରି ଓ କେନ୍ଦ୍ରାପଡାରୁ ୬ଜଣ ଲେଖାଏଁ, ,ଝାରସୁଗୁଡା ଓ କୋରାପୁଟ ରୁ ୫ ଲେଖାଏଁ, ବଲାଙ୍ଗୀରି ୪ ଜଣ, ପୁରୀ ରୁ ୩ ଜଣ, ବୌଦ୍ଧ ରୁ ୨ ଜଣ ଓ ସୋନପୁର ରୁ ଜଣେ ସୁସ୍ଥ ହୋଇଛନ୍ତି। From The Web Share this: