ବାରାମୁଲ୍ଲା ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ, ସର୍ଚ୍ଚ ଅପରେସନ୍ ଜାରି

Share this:

ଶ୍ରୀନଗର: ବାରାମୁଲା ଅଞ୍ଚଳରେ ସିଆରପିଏଫ(CRPF) ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀଙ୍କ ଦ୍ୱାରା ମିଳିତ ଅପରେସେନ ରେ ଆତଙ୍କବାଦୀଙ୍କ  ପାଲଟା ଆକ୍ରମଣରେ ୨ ସିଆରପିଏଫ ଯବାନ ଓ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।  

ଆତଙ୍କବାଦୀମାନେ ହଠାତ୍ ଗୁଳି ଚଳାଇଥିବା ବେଳେ ଜାମ୍ମୁ କାଶ୍ମୀରର ଏସପିଓଙ୍କ  ସହିତ ଦୁଇଜଣ CRPF ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଏହି ଘଟଣାର କିଛି ସମୟ ପରେ ସେନା, ପୋଲିସ ଏବଂ CRPF ଯବାନ ମାନେ  ଏହି ଅଞ୍ଚଳକୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

Share this: