Breaking Newsଓଡ଼ିଶା ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସାତ ଦିନ ସଟ୍ ଡାଉନ July 12, 2020 MahimaLive Share this: ଅନୁଗୋଳ:(ମହିମାଲାଇଭ) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଂଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୧୧ ତାରିଖ ଶନିବାର ଦିନ ଉକ୍ତ ପଞ୍ଚାୟତ ରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏପରି ନିଷ୍ପତି ଏହାର ସରପଞ୍ଚ ନରେନ୍ଦ୍ର ନାହାକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୨ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଗ୍ରାମ ପଂଚାୟତର ପ୍ରମୁଖ ରାସ୍ତା ସିଲ୍ କରାଯିବା ସହ ଲୋକମାନଙ୍କ ଯିବାଆସିବା ରେ ମଧ୍ୟ ରୋକ୍ ଲଗାଯାଇଛି। ସଟ୍ ଡାଉନ ସମୟରେ ସମସ୍ତ ଔଷଧ ଦୋକାନ,ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କାର୍ଯ୍ୟରତ କର୍ମୀ,ଜଳ ଯୋଗାଣ ଓ ପରିମଳ କାର୍ଯ୍ୟ,ବିଦ୍ୟୁତ ଯୋଗାଣ ଓ ବଣ୍ଟନ ,ରେଳ ଯାତାୟତ,ଶିଳାପନୁଷ୍ଠାନ,ପେଟ୍ରୋଲ ପମ୍ପ,ରାଜ୍ୟ ରାଜପଥ ଆଦି ଅତ୍ୟାବଶ୍ୟକ ସେବା କୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖି ହାତ ଧୋଇବା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନସାଧାରଣ ଆତଙ୍କିତ ନହୋଇ ଉକ୍ତ ସଟ୍ ଡାଉନ୍ ପଦକ୍ଷେପକୁ ସମର୍ଥନ ଜଣାଇ ଘରେ ସୁରକ୍ଷିତ ରହିବାସହ ଅନ୍ୟକୁ ସୁରକ୍ଷିତ ରଖିବାକୁ ସରପଂଚ ପଂଚାୟତବାସୀଙ୍କୁ ନିବେଦନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ହିତ ଦୃଷ୍ଟି କୁ ରଖି ଏପରି ନିଷ୍ପତି ନିଆଯାଇଛି ବୋଲି ସରପଞ୍ଚ ଜଣାଇଛନ୍ତି। FROM THE WEB Share this: