୭୩ ଦିନ ମଧ୍ୟରେ କୋଭିଶିଲ୍ଡ ଟୀକା ପାଇବା ଉପରେ ସେରମ୍ ଇନଷ୍ଟିଚ୍ୟୁଟ୍ ର ବିବୃତ୍ତି

Share this:

ନୂଆଦିଲ୍ଲୀ:ଦିନକୁ ଦିନ କରୋନା ବୃଦ୍ଧି ସହିତ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସମସ୍ତଙ୍କ ନଜର କେବେ କରୋନା ଟୀକା ଉପଲବ୍ଧ ହେବ। ଏହାକୁ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India)ର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ବର୍ତ୍ତମାନ ଆସିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି  ୭୩ ଦିନ ମଧ୍ୟରେ କରୋନା ଟିକା ଆସି ଭାରତରେ ଉପଲବ୍ଧ ହେବ ଯାହା କୁହାଯାଉଛି ତାହା ସତ୍ୟ ନୁହେଁ। ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ କେବଳ ଟିକା ଉତ୍ପାଦନ ତଥା ସଂରକ୍ଷଣ ପାଇଁ ସରକାର ଆମକୁ ଅନୁମତି ଦେଇଛନ୍ତି। କମ୍ପାନୀ ଦ୍ଵାରା ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯେତେବେଳେ ପରୀକ୍ଷଣରେ ସମ୍ପୂର୍ଣ୍ଣ ସଫଳତା ମିଳିବ ଏବଂ ନିୟାମକ ଅନୁମୋଦନ ମିଳିବ ସେତେବେଳେ କୋଭିଶିଲ୍ଡ(Covishield) ବଜାରରେ ଲଞ୍ଚ ହେବ।

ଭାରତୀୟ ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ (Covishield) ଟିକା ୭୩ ଦିନ ମଧ୍ୟରେ ବଜାରକୁ ଆସିବ। ଏଥିସହିତ ବର୍ତ୍ତମାନ କମ୍ପାନୀ ସ୍ପଷ୍ଟ ଭାବେ କହିଛି ଯେ ଏହା କେବଳ କଳ୍ପନାଜଳ୍ପନା। ଏହି ଟିକା ବଜାରକୁ ଅଣାଯିବ ଯେତେବେଳେ ଏହାର ସମସ୍ତ ପରୀକ୍ଷା ସଫଳ ହେବ ଏବଂ କୋଭିଶିଲ୍ଡ (Covishield)ନିୟାମକ ଅନୁମୋଦନ ପାଇବ। ଏଥିସହିତ କମ୍ପାନୀ ଟୁଇଟ୍ କରି କହିଛି ଯେ ୭୩ ଦିନ ମଧ୍ୟରେ କୋଭିଶିଲ୍ଡ (Covishield) ର ଉପଲବ୍ଧତା ଦାବି ବିଭ୍ରାନ୍ତିକର ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ। ବର୍ତ୍ତମାନ ପର୍ଯ୍ୟାୟ ୩ (Phase-3 ) ପରୀକ୍ଷା ଚାଲିଛି। ଆମେ ଶୀଘ୍ର ଏହାର ଉପଲବ୍ଧତାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିବୁ।

ସୂଚନାଯୋଗ୍ୟ ଯେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା(Oxford-AstraZeneca) ଟିକା ର ପର୍ଯ୍ୟାୟ୩  ପରୀକ୍ଷା ଚାଲିଛି। କୋଭିଶିଲ୍ଡ ନାମକ ଏହି ଟିକା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏବଂ ଆଷ୍ଟ୍ରାଜେନେକା(AstraZeneca) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ୍ ଟ୍ରାଏଲ୍(Clinical Trails ) ପାଇଁ କୋଭିଶିଲ୍ଡରେ କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (Clinical Trials Registry of India) ସହିତ ପଞ୍ଜୀକୃତ ହୋଇଛି। ସମଗ୍ର ଭାରତରେ ୧୬୦୦ ସୁସ୍ଥ ଅଂଶଗ୍ରହଣକାରୀଙ୍କ ଉପରେ ଏହି ପରୀକ୍ଷା କରାଯିବ।  

Share this: