ଲେହଠାରେ ଭାରତୀୟ ସେନା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Share this:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ଏହା ଏକ ନୂତନ ଭାରତ, ନା କା ଦବାବ ରେ ଆସିବ ନା ନତମସ୍ତକ ହେବ। କେବଳ ଚୀନ୍ ନୁହେଁ, ମୋଦୀ ସମଗ୍ର ବିଶ୍ୱକୁ କହିବାରେ ସଫଳ ହୋଇଛି ଯେ ଭାରତ କୌଣସି ଆକ୍ରମଣରେ ପଛଘୁଞ୍ଚା ଦେବ ନାହିଁ। ସେ ତାଗିଦରୁ ବଞ୍ଚିବେ କିନ୍ତୁ ପ୍ରତ୍ୟେକ ଆକ୍ରମଣର ଉପଯୁକ୍ତ ଉତ୍ତର ଦେବାକୁ ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ଚୀନ୍ ସହିତ ପାକିସ୍ତାନ ମଧ୍ୟ ଗିଲଗିଟ-ବାଲ୍ଟିସ୍ତାନର ସ୍ଥିତି ବଦଳାଇବାକୁ ଷଡଯନ୍ତ୍ର କରୁଛି। ପ୍ରଧାନମନ୍ତ୍ରୀ ଲଦାଖ ଯାଇ ଉଭୟ ଦେଶକୁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ କହିଛନ୍ତି ଯେ ସେ ତାଙ୍କ ସୀମା ମଧ୍ୟରେ ରହିବେ।

ପ୍ରଧାନମନ୍ତ୍ରୀ ମୋଦୀ ,ଭାରତ ମାତା କୀ–ଜୟ ରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେକହିଲେ, ସାଥୀଗଣ, ଆପଣମାନଙ୍କର ଏହି ସାହସ, ଆପଣମାନଙ୍କର ଶୌର୍ଯ୍ୟ ଏବଂ ମା’ ଭାରତୀର ମାନସମ୍ମାନ ରକ୍ଷା ଲାଗି ଆପଣମାନଙ୍କର ସମର୍ପଣ ଅତୁଳନୀୟ। ଆପଣମାନଙ୍କ ସକ୍ରିୟତା ମଧ୍ୟ ବିଶ୍ୱରେ କାହାଠାରୁ କମ ନୁହେଁ।

ଯେଉଁ କଠିନ ପରିସ୍ଥିତିରେ, ଯେଉଁ ଉଚ୍ଚତାରେ ଆପଣମାନେ ମା’ ଭାରତୀର ଢାଲ ହୋଇ ତା’ର ରକ୍ଷା କରୁଛନ୍ତି, ତା’ର ସେବା କରୁଛନ୍ତି, ତାହାର ମୁକାବିଲା ସାରା ବିଶ୍ୱରେ ମଧ୍ୟ କେହି କରିପାରିବେ ନାହିଁ ।

ଆପଣମାନଙ୍କ ସାହସ ସେହି ଉଚ୍ଚତାରୁ ମଧ୍ୟ ଉଚ୍ଚା ଯେଉଁଠି ଆପଣମାନେ ନିୟୋଜିତ ରହିଛନ୍ତି । ଆପଣମାନେ ନିଶ୍ଚିତ ଭାବେ ସେହି ଘାଟୀ ଠାରୁ ମଧ୍ୟ କଠୋର ଯାହାକୁ 

ଦୈନନ୍ଦିନ ଆପଣମାନେ ନିଜ ପାଦରେ ମାପୁଛନ୍ତି। ଆପଣମାନଙ୍କ ବାହୁ ଆପଣଙ୍କ ଚାରି ପାଖରେ ଥିବା ଚଟାଣ ଭଳି ମଜଭୁତ।ଆପଣମାନଙ୍କ ଇଚ୍ଛାଶକ୍ତି ଆଖପାଖର ପର୍ବତ ଭଳି ଅଟଳ।ଆଜି ଆପଣମାନଙ୍କ ଗହଣକୁ ଆସି ମୁଁ ଏହାକୁ ଅନୁଭବ କରିପାରୁଛି, ସାକ୍ଷାତ ନିଜ ଆଖିରେ ଦେଖିପାରୁଛି।

ସାଥୀଗଣ, ଦେଶର ସୁରକ୍ଷା ଦାୟିତ୍ୱ ଆପଣମାନଙ୍କ ହାତରେ, ଆପଣମାନଙ୍କର ଦୃଢ଼ ମନୋବଳରେ ରହିଥିବାରୁ ଏକ ଅତୁଟ ବିଶ୍ୱାସ ରହିଛି।କେବଳ ମୋର ନୁହେଁ, ସାରା ଦେଶର ଅତୁଟ ବିଶ୍ୱାସ ରହିଛି ଏବଂ ଦେଶ ନିଶ୍ଚିତରେ ମଧ୍ୟ ଅଛି। ଆପଣଯେତେବେଳେ ସୀମାରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ତ’ ଏହି କଥା ପ୍ରତ୍ୟେକ ଦେଶବାସୀଙ୍କୁ ଦେଶ ପାଇଁ ଦିନରାତି କାମ କରିବା ଲାଗି ଅନୁପ୍ରାଣିତ କରୁଛି।ଆତ୍ମନିର୍ଭର ଭାରତର ସଂକଳ୍ପ ଆପଣମାନଙ୍କ କାରଣରୁ, ଆପଣମାନଙ୍କର ତ୍ୟାଗ, ବଳିଦାନ, ପୁରୁଷାର୍ଥ କାରଣରୁ ଆହୁରି ମଜଭୁତ ହେଉଛି ।ଆହୁରି ଏବେ ଆପଣମାନେ ଏବଂ ଆପଣଙ୍କ ସାଥୀମାନେ ଯେଉଁବୀରତ୍ୱ ପ୍ରଦର୍ଶନ କଲେ, ସେଥିରେ ସାରା ବିଶ୍ୱକୁ ଏହି ବାର୍ତ୍ତା ଗଲା ଯେ ଭାରତର ଶକ୍ତି କ’ଣ ।

ଏବେ ମୋ ଆଗରେ ମହିଳା ସେନାନୀମାନଙ୍କୁ ମୁଁ ଦେଖିପାରୁଛି। ଯୁଦ୍ଧ କ୍ଷେତ୍ରରେ, ସୀମାରେ ଏହି ଦୃଶ୍ୟ ନିଜ ଭିତରେ ଏକ ପ୍ରେରଣା ଦେଇଥାଏ।ଜୟଗାନ କରୁଛି, ଆପଣମାନଙ୍କୁ ଅଭିନନ୍ଦନ କରୁଛି। ମୁଁ ଗଲୱାନ ଘାଟିରେ ଶହୀଦ ହୋଇଥିବା ଆମର ବୀର ଯବାନମାନଙ୍କୁ ପୁଣିଥରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ଏମାନଙ୍କ ମଧ୍ୟରେ ପୂର୍ବରୁ, ପଶ୍ଚିମରୁ, ଉତ୍ତରରୁ, ଦକ୍ଷିଣରୁ, ଦେଶର ପ୍ରତ୍ୟେକ କୋଣରୁ ବୀରମାନେ ନିଜର ଶୌର୍ଯ୍ୟ ଦେଖାଇଛନ୍ତି।ସେମାନଙ୍କର ପରାକ୍ରମ, ସେମାନଙ୍କର ସିଂହନାଦରେ ଧରଣୀ ଆଜି ମଧ୍ୟ ସେମାନଙ୍କର ଜୟଗାନ କରୁଛି।ଆଜି ପ୍ରତ୍ୟେକ ଦେଶବାସୀଙ୍କ ମସ୍ତକ ଆପଣମାନଙ୍କ ସମ୍ମୁଖରେ, ନିଜ ଦେଶର ବୀର ସୈନିକମାନଙ୍କ ସମ୍ମୁଖରେ ଆଦରପୂର୍ବକ ନତମସ୍ତକ ହୋଇ ପ୍ରଣାମ କରୁଛି।ଆଜି ପ୍ରତ୍ୟେକ ଭାରତୀୟଙ୍କ ଛାତି ଆପଣମାନଙ୍କର ବୀରତ୍ୱ ଏବଂ ପରାକ୍ରମରେ ଫୁଲି ଉଠିଛି ।

ସାଥୀଗଣ, ସିନ୍ଧୁର ଆଶୀର୍ବାଦ ବଳରେ ଏ ମାଟି ପୂଣ୍ୟବନ୍ତ ହୋଇ ଉଠିଛି ।ବୀର ସୁପୁତ୍ରମାନଙ୍କର ଶୌର୍ଯ୍ୟ ଓ ପରାକ୍ରମରଗାଥାକୁ ଏ ପୃଥିବୀ ନିଜ ଭିତରେ ସମାହିତ କରି ରଖିଛି।ଲେହଲଦାଖ ଠାରୁ ଆରମ୍ଭ କରି ଗଲୱାନ ଘାଟୀର ଶୀତଳ ଜଳଧାରା ପର୍ଯ୍ୟନ୍ତପ୍ରତ୍ୟେକ ଶିଖର, ପ୍ରତ୍ୟେକ ପାହାଡ଼, ପ୍ରତ୍ୟେକଟି ବିନ୍ଦୁମାତ୍ର, ପ୍ରତ୍ୟେକ ଛୋଟବଡ଼ ପଥର ଭାରତୀୟ ସୈନିକମାନଙ୍କର ପରାକ୍ରମର ପ୍ରମାଣ ଦେଉଛି।

ସାଥୀଗଣ, ଲଦାଖର ଏ ସମ୍ପୂର୍ଣ୍ଣ ଭାଗ, ଏହା ଭାରତର ମସ୍ତକ, ୧୩୦ କୋଟି ଭାରତୀୟଙ୍କ ମାନସମ୍ମାନର ପ୍ରତୀକ।ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ ବହୁତ ଧନ୍ୟବାଦ। 

ଭାରତ ମାତ କି ଜୟ କହି  ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ସମାପ୍ତ କରିଥିଲେ।

Share this: