ପ୍ଲାଜମା ଦାନ ନିମନ୍ତେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ପହଁଚିଲେ ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪ଜଣ ଆକ୍ରାନ୍ତ

Share this:

ଅନୁଗୋଳ : କରୋନା ମହାମାରୀରେ ଗୁରୁତର ଆକ୍ରାନ୍ତମାନଂକୁ ପ୍ଲାଜମା ଦାନ କରି ସେମାନଙ୍କୁ ଜୀବନ ଦାନ ଦେବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାରୁ ଆଜି ୪ ଜଣ ବଦାନ୍ୟ ବ୍ୟକ୍ତି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଞ୍ଚିଛନ୍ତି।

ବଅଁରପାଳ ବ୍ଳକରୁ ୨ଜଣ,ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ ଜଣେ ଲେଖାଏଁ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଦାନ ପୂର୍ବରୁ ସେମାନଂକର ଆନୁଷଙ୍ଗିକ ରକ୍ତ ପରିକ୍ଷା କରାଇଛନ୍ତି। ସମସ୍ତଙ୍କ ପାଇଁ ପାନ୍ଥନିବାସରେ ୨ଦିନ ପାଇଁ ରହିବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପ୍ଲାଜମା ଦାନ ନିମନ୍ତେ ଏହି ୪ ଜଣ କ୍ୟାପିଟାଲ ହସପିଟାଲରେ ପହଞ୍ଚିବା ପରେ ରାଜ୍ୟ ବିଜ୍ଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏହି ମହତ ଓ ମାନବିକତା କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ।

ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ୪ଜଣ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ସହିତ ୨ଜଣ ନୋଡ଼ାଲ ଅଫିସରଙ୍କୁ  ନିୟୋଜିତ କରାଯାଇଛି।

Share this: