Breaking Newsଓଡ଼ିଶାଜାତୀୟ ମୋଦୀଙ୍କ ‘ମନ କି ବାତ’ ରେ ସିଫାର ମୁକ୍ତାଚାଷୀ July 29, 2020 MahimaLive Share this: ଭୁବନେଶ୍ଵର : ପ୍ରତିବର୍ଷ କୃଷକ ଏବଂ ଯୁବପିଢିଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ କି ବାତ-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି। ପ୍ରକାଶଥାଉ କି ବିହାରର ବେଗୁସରାଇ ଅଂଚଳର ଜନୈକ ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଶ୍ରୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେ ମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି। ଶ୍ରୀ କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷାକରି ସ୍ୱକୌଶଳ ବିକାଶ କରିଆସୁଛନ୍ତି। ସେ ଜଣେ ସଫଳ ମୁକ୍ତାଚାଷୀ, ଯିଏକି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ-୧୯ର ଦୁର୍ଦ୍ଦଶା ସମୟରେ ଗାଁ କୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁକ୍ତାଚାଷ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଉତ୍ସାହିତ କରୁଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୨୬ତାରିଖ ଦିନ ପ୍ରସାରିତ ତାଙ୍କର ମନ କି ବାତ-୨.୦ର ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନକରି ଆୟବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆତ୍ମ ନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ସଫଳ ଚାଷୀ ଶ୍ରୀ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। From The Web Share this: