ରାଜ୍ୟରେ ଆଜି ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ହେଲେ ୧,୨୨,୦୨୪ ଜଣ;ମୃତ୍ୟୁସଂଖ୍ୟା ୬୩୭
ଭୁବନେଶ୍ଵର: ରାଜ୍ୟରେ ଆଜି ୩,୩୮୨ ଜଣ କରୋନା (Corona) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨୨ ହଜାର ୨୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୪୪ ଜଣ, ବରଗଡ଼ରୁ ୨୬୨ ଜଣ, ଯାଜପୁରରୁ ୧୭୭ ଜଣ, ମୟୁରଭଞ୍ଜରୁ ୧୭୫ ଜଣ, ଭଦ୍ରକରୁ ୧୬୭ ଜଣ, ବାଲେଶ୍ଵରରୁ ୧୫୬ ଜଣ, ଢେଙ୍କାନାଳରୁ ୧୪୬ ଜଣ, ପୁରୀରୁ ୧୧୨ ଜଣ, ଜଗତସିଂପୁରରୁ ୧୦୨ ଜଣ, ରାୟଗଡାରୁ ୯୫ ଜଣ,ଗଞ୍ଜାମ ଓ ସମ୍ବଲପୁରରୁ ଜିଲ୍ଲାରୁ ୯୪ ଜଣ ଲେଖାଏଁ, ଅନୁଗୋଳରୁ ୯୧ ଜଣ, ନୟାଗଡ ଓ ସୋନପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗୀରରୁ ୮୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ଓ ନବରଙ୍ଗପୁରରୁ ୭୦ ଜଣ ଲେଖାଏଁ, ଝାରସୁଗୁଡାରୁ ୬୮ ଜଣ, କେନ୍ଦ୍ରାପଡା ଓ କୋରାପୁଟର ୬୪ ଜଣ ଲେଖାଏଁ,କେଉଁଝରରୁ ୫୧ ଜଣ, କନ୍ଧମାଳରୁ ୪୫ ଜଣ, ନୂଆପଡ଼ାରୁ ୪୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଗଜପତିରୁ ୨୯ ଜଣ, ବୌଦ୍ଧରୁ ୨୭ ଜଣ, ମାଲକାନଗିରି ଜିଲ୍ଲାରୁ ୨୫ ଜଣ ଏବଂ ଦେଓଗଡରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଓଡ଼ିଶାରେ ଆଜି କରୋନାରେ ୧୧ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୩୭ କୁ ବୃଦ୍ଧି ହୋଇଛି।
Also Read:
ବିଜେପି ସାଂସଦ ରବି କିଶନ ସଂସଦରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ କହିଲେ ତଦନ୍ତ ହେବା ଆବଶ୍ୟକ
ଓଡ଼ିଶାରେ ରେକର୍ଡ ସଂଖ୍ୟକ ଗୋଟେ ଦିନରେ ୪୧୯୮ କରୋନା ସଂକ୍ରମିତ ଚିହ୍ନଟ,ମୋଟ ଲକ୍ଷେ ୫୫ ହଜାର ପାର