Breaking Newsଓଡ଼ିଶା ପ୍ରକାଶ ପାଇଲା ଓଡ଼ିଶା ମାଟ୍ରିକ ପରୀକ୍ଷାଫଳ, ପାସ ହାର ୭୮.୭୬ ପ୍ରତିଶତ July 29, 2020 MahimaLive 19 Views BSE, bse cuttack, covid-19, odisha, odisha matric result, ODISHA NEWS, odisha result 0 min read Share this: କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବୋର୍ଡ ସଭାପତି ରାମାଶିଷ ହଜାରା ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ , ଏ-୨ରେ ୮୪୫୮,ବି-୧ରେ ୧୮୧୮୮, ବି-୨ରେ ୩୧୩୨୮ ଜଣ ପିଲା ପାସ୍ କରିଛନ୍ତି। ସେହିପରି ସି-ଗ୍ରେଡରେ ୪୯୧୫୩,ଡି-ରେ ୮୯୫୫୬, ଇ-ଗ୍ରେଡରେ ୨୨୩୧୯୫ ଜଣ ପିଲା ପାସ୍ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ୫ ଲକ୍ଷ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୨ ହଜାର ୮୮୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା କୋଭିଡ଼ -୧୯ କଟକଣା ଭିତରେ ୬୦ଟି ପରିକ୍ଷକ କେନ୍ଦ୍ରରେ ଖାତା ଦେଖା ଚାଲିଥିଲା ଏବଂ ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ । From The Web Share this: