ଓଡ଼ିଶାରେ ରେକର୍ଡ ସଂଖ୍ୟକ ଗୋଟେ ଦିନରେ ୪୧୯୮ କରୋନା ସଂକ୍ରମିତ ଚିହ୍ନଟ,ମୋଟ ଲକ୍ଷେ ୫୫ ହଜାର ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୪ ହଜାର ୧୯୮ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ  ୨ ହଜାର ୪୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୨୨ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୫୮ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୪୪ ଜଣ, କଟକରୁ ୩୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୭୮ ଜଣ, କୋରାପୁଟରୁ ୯୯ ଜଣ, କେନ୍ଦ୍ରାପଡ଼ାରୁ ୧୪୩ ଜଣ, କେଉଁଝରରୁ ୬୩ ଜଣ ଓ କଳାହାଣ୍ଡିରୁ ୯୩ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୩୦ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ ଓ ସୋନପୁର ଜିଲ୍ଲାରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୫୬ ଜଣ, ଜଗତସିଂହପୁରରୁ ୯୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୯୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୯୫ ଜଣ, ବାଲେଶ୍ଵରରୁ ୧୩୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୯୭ ଜଣ, ବୌଦ୍ଧରୁ ୧୯ ଜଣ ଏବଂ ଭଦ୍ରକରୁ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୪ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୧୦ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୩ ଜଣ, ନବରଙ୍ଗପୁରରୁ ୯୮ଜଣ ଓ ନୂଆପଡ଼ାରୁ ୧୧୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୦ ଜଣ, ଦେଓଗଡରୁ ୩୪ ଜଣ, ରାୟଗଡାରୁ ୧୩୬ ଜଣ, ଅନୁଗୋଳରୁ ୧୦୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୩ ଜଣ ଏବଂ ମାଲକାନଗିରିରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୧୮ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୪ ଲକ୍ଷ ୭୨ହଜାର ୫୧୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୫୫ ହଜାର ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୧୮ ହଜାର ୬୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ହଜାର ୬୭୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ଚବନପ୍ରାଶ ଖାଇବା ଏବଂ ପ୍ରାଣାୟାମ ଉପରେ କରୋନା ରୋଗୀଙ୍କ ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ରାଜ୍ୟରେ ଆଜି ୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ହେଲେ ୧,୧୮,୬୪୨ ଜଣ

Share this: