Odisha Covid19 Updates: ଆଜି ରାଜ୍ୟରେ ୪୦୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ,୯ ଜଣ ମୃତ
ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୯୦ ଜଣ କରୋନା ଭାଇରସ (Corona Virus) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୪୧ ହଜାର ୬୫୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୦୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୭୧ ଜଣ, ବରଗଡ଼ରୁ ୧୬୯ ଜଣ, ଯାଜପୁରରୁ ୧୩୯ ଜଣ, ମୟୁରଭଞ୍ଜରୁ ୧୧୫ ଜଣ, ଭଦ୍ରକରୁ ୧୦୪ ଜଣ, ବାଲେଶ୍ଵରରୁ ୯୧ ଜଣ, ଢେଙ୍କାନାଳରୁ ୫୦ ଜଣ, ପୁରୀରୁ ୪୧୨ ଜଣ, ଜଗତସିଂପୁରରୁ ୧୨୧ ଜଣ, ରାୟଗଡାରୁ ୧୪୫ ଜଣ,ଗଞ୍ଜାମରୁ ୫୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୯ ଜଣ, ଅନୁଗୋଳରୁ ୬୬ ଜଣ, ନୟାଗଡ ୮୩ ଜଣ, ସୋନପୁରରୁ ୧୧୦ ଜଣ, ବଲାଙ୍ଗୀରରୁ ୧୨୩ ଜଣ, ସୁନ୍ଦରଗଡରୁ ୧୫୫ ଜଣ, ଝାରସୁଗୁଡାରୁ ୯୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬୦ ଜଣ, କେନ୍ଦ୍ରାପଡା ୧୪୫ ଜଣ, କୋରାପୁଟରୁ ୧୨୦ଜଣ, କେଉଁଝରରୁ ୯୨ ଜଣ, କନ୍ଧମାଳରୁ ୩୮ଜଣ, ନୂଆପଡ଼ାରୁ ୭୮ ଜଣ, କଳାହାଣ୍ଡିରୁ ୪୪ ଜଣ, ଗଜପତିରୁ ୧୮ ଜଣ, ବୌଦ୍ଧରୁ ୧୮ ଜଣ, ମାଲକାନଗିରି ଜିଲ୍ଲାରୁ ୪୪ ଜଣ ଏବଂ ଦେଓଗଡରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୨୧୨ ସୁସ୍ଥ ହୋଇଛନ୍ତି।
ସେହିପରି ଓଡ଼ିଶାରେ ଆଜି କରୋନାରେ ୯ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୯୧ କୁ ବୃଦ୍ଧି ହୋଇଛି।
Also Read: