ଢେଙ୍କାନାଳରୁ ଆଜି ୯୨ଜଣ କରୋନା ପଜିଟିଭ ଚିହ୍ନଟ
ଢେଙ୍କାନାଳ: ଆଜି ଢେଙ୍କାନାଳରୁ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନକ ମଧ୍ୟରୁ ଗଁଦିଆ ବ୍ଲକ ରୁ ୮୪ ଜଣ ,ଭୁବନ ଏନଏସି ରୁ ୩ ଜଣ ,ଭୁବନ ବ୍ଲକ ରୁ ଜଣେ ,ସଦର ବ୍ଲକ ରୁ ୨ ଜଣ ,ଢେଙ୍କାନାଳ ପୌରାଞ୍ଚଳ ରୁ ଜଣେ ଏବ ଢେଙ୍କାନାଳ ଜିଲ୍ଲାରେ ରହୁଥିବା କଟକ ଆଠଗଡ ବ୍ଲକ ରୁ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି।
ଗଁଦିଆ ବ୍ଲକ ର ପିଂଗୁଆ ,ନିହଲପ୍ରସାଦ ,ଦେଓଗାଁ ,ଷଡଙ୍ଗୀ,ଗୋପାଳପୁର ଏବଂ ବାରଦା ଗାଁ ରୁ ୮୪ ଜଣକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିସବୁ ଗ୍ରାମ ଯାଜପୁର ଜିଲ୍ଲା ସଲଗ୍ନ ହୋଇଥିବାହେତୁ ଏବଂ ଏହି ସବୁ ଗ୍ରାମର ବାସିନ୍ଦାମାନେ ଯାଜପୁର ଜିଲ୍ଲା ସହିତ ଅଧିକ ସଂଶ୍ଳିଷ୍ଟ ହୋଇଥିବା ହେତୁ ସେମାନଙ୍କର ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ ଦ୍ଵାରା ଚିହ୍ନଟ ହୋଇଛନ୍ତି।ଏହି ଗ୍ରାମବାସୀମାନେ ଢେଙ୍କାନାଳ ଜିଲ୍ଲାର ଅନ୍ୟ ଅଞ୍ଚଳ କୁ ବିଶେଷ ଯାତାୟାତ କରୁନଥିବାରୁ ସଂକ୍ରମଣର ଆଶଙ୍କା ନାହିଁ। ତେଣୁ ଜିଲ୍ଲାବାସୀ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଉଛି ।
ସେହିପରି ଭୁବନ ଏନଏସି ୱାର୍ଡ ନମ୍ବର ୧୧ ରୁ ୩ ଜଣ,ସଦର ବ୍ଲୋକ ର ଡେରାଶିଂ ଏବଂ ବାଲିଆମ୍ବା ଗ୍ରାମରୁ ଜଣେ ଲେଖାଏଁ ,ଭୁବନ ବ୍ଲକ ର ସୁରପ୍ରତାପପୁର ଗ୍ରାମରୁ ଜଣେ,ଢେଙ୍କାନାଳ ପୌରାଞ୍ଚଳ ର କୁଞ୍ଜକାନ୍ତ ଅଞ୍ଚଳରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
ଯାଜପୁର ଜିଲ୍ଲା ସଲଗ୍ନ ଉପରୋକ୍ତ ୫ଟି ଗ୍ରାମରେ ରହୁଥିବା ଆକ୍ରାନ୍ତମାନଙ୍କ ଘର ଏବଂ ସଲଗ୍ନ ଅଞ୍ଚଳକୁ ବିଶୋଧନ କରାଯିବାସହ ଗ୍ରାମଗୁଡିକୁ ସଟ ଡାଉନ ଘୋଷଣା କରାଯାଇଛି। ଆଜିସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୯୪ କୁ ବୃଦ୍ଧି ପାଇଥିବା ସ୍ଥଳେ ୧୩୮ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ୧୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ଏହି ମହାମାରୀ କରୋନା ରୋଗ ଠାରୁ ଦୂରେଇ ରହିବା ପାଇଁ ସମସ୍ତେ ଯତ୍ନ ଶୀଳ ହେବ ସହ ଅଯଥା ବୁଲାବୁଲି ନକରିବାକୁ ,ନିହାତି ଆବଶ୍ୟକ ହେଲେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ,ଘରକୁ ବାହାରୁ ଆସିଲେ ଭଲଭାବେ ହାତ ଧୋଇବାକୁ ,ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଅନୁରୋଧ କରିଛନ୍ତି।