ଭାରତରେ କେବଳ ଏହି ତିନୋଟି ରାଜ୍ୟରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ
ଭୁବନେଶ୍ଵର:ଭାରତରେ ଦିନକୁ ଦିନ କରୋନା ଭୂତାଣୁ ( covid-19) ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଛି।ନୂଆ ନୂଆ ରେକର୍ଡ ସହ କରୋନା ସଂକ୍ରମିତ ସଂଖ୍ୟା ବଢିବା ସହିତ କରୋନା ଭୂତାଣୁ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ ୬୪ ହଜାର ୪୬୯ ଜଣଙ୍କର ମୃତ୍ୟୁ ହୋଇଛି।ବଡ଼ କଥା ହେଉଛି ସଂକ୍ରମଣ ହେତୁ ମୋଟ ମୃତ୍ୟୁର ଅଧା ତିନୋଟି ରାଜ୍ୟରେ ହିଁ କେବଳ ଘଟିଛି। ଏହି ତିନୋଟି ରାଜ୍ୟ ହେଲେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ।
ଭାରତରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ରାଜ୍ୟରୁ ସର୍ବାଧିକ ସଂଖ୍ୟକ କରୋନା ଭୂତାଣୁ ସଂକ୍ରମିତ ମଧ୍ୟ ବାହାରୁଛନ୍ତି। ରବିବାର ଦିନ ମୋଟ ୭୮ ହଜାର ୫୧୨ଟି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏଥିମଧ୍ୟରୁ୨୧ ପ୍ରତିଶତ ମହାରାଷ୍ଟ୍ରର ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୩.୫ ପ୍ରତିଶତ ଏବଂ ୧୧.୨୭ ପ୍ରତିଶତ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲେ। ସେହିପରି ତାମିଲନାଡୁ ଏବଂ ଉତ୍ତରପ୍ରଦେଶରେ ୮.୨୭ ପ୍ରତିଶତ, ପଶ୍ଚିମବଙ୍ଗରେ ୩.୮୫ ପ୍ରତିଶତ କରୋନା ମାମଲା ରହିଛି। ଓଡିଶାରେ ମୋଟ ମାମଲାର ୩.୮୪ ପ୍ରତିଶତ ରିପୋର୍ଟ ହୋଇଛି।
ମହାରାଷ୍ଟ୍ରରେ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୨୪ ହଜାର ୩୯୯ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ୩ ହଜାର ୮୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୫ ହଜାର ୫୮୯ ଜଣଙ୍କର ମୃତ୍ୟୁ ହୋଇଛି। ଏସବୁ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ଅଧିକ ମୃତ୍ୟୁ ଘଟୁଛି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେମାନଙ୍କୁ କଡା ପଦକ୍ଷେପ ନେବାକୁ କହିଛନ୍ତି। ଏହିପରି ରାଜ୍ୟରୁ ବିଭିନ୍ନ ସ୍ତରରେ ଅଧିକ ପରୀକ୍ଷା ,ପ୍ରଭାବଶାଳୀ ପରିଚାଳନା ଏବଂ ଦକ୍ଷ ମନିଟରିଂ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
କରୋନା ଭୂତାଣୁ କାରଣରୁ ଦେଶରେ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଅଟେ। ବିଶ୍ୱରେ ଏହି ହାର ୩.୩୪ ପ୍ରତିଶତ ଥିବାବେଳେ ଭାରତରେ ମୃତ୍ୟୁ ହାର ୧.୭୮ପ୍ରତିଶତ ଅଛି।
Also Read: