Fresh Covid Cases : ଭାରତରୁ ଆଜି ୯୩୭ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: Fresh Covid Cases ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୯୩୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ୪ କୋଟି ୪୬ ଲକ୍ଷ ୬୧ ହଜାର ୫୧୬କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ସୋମବାର ସକାଳ ୮ ସୁଦ୍ଧା ରିପୋର୍ଟ୍ ପ୍ରକାଶ କରିଛନ୍ତି।
ଏଥିସହିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୫୦୯ କୁ ବୃଦ୍ଧି ପାଇଛି। ଆଜି ୯ ଜଣଙ୍କର ମୃତ୍ୟୁ ଘଟିଛି, ଏଥିରେ ପୂର୍ବର ରିପୋର୍ଟ୍ ମିଶିଛି। କେରଳରୁ ସର୍ବାଧିକ ୮ଜଣ (Reconciled by Kerala) ଅଛନ୍ତି।
ଆଜି ସୋମବାରର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୧୪ ହଜାର ୫୧୫କୁ ହ୍ରାସ ପାଇଛି। ସକ୍ରିୟ ମାମଲା ଭାରତରେ ମୋଟ ସଂକ୍ରମଣର ୦.୦୩ ପ୍ରତିଶତ ଅଟେ। ଜାତୀୟ ପୁନରୁଦ୍ଧାର ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାର କହିଛନ୍ତି।
Odisha Fresh Covid Cases: ଆଜି ଓଡିଶାରୁ ୬ଜଣ ଚିହ୍ନଟ
ଓଡିଶାରୁ କରୋନା ସଂକ୍ରମଣ ଆଜି ମଧ୍ୟ ୧୦ ତଳକୁ ରହିଛି। ଗତକାଲି ୬ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ପୁଣି ରାଜ୍ୟରୁ ଗତ ୨୪ ଘଣ୍ଟାରେ ନୂଆ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ଏବଂ ଆଜି ସମାନ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ଜଣେ ଚିହ୍ନଟ ହୋଇନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବରଗଡ଼, ଖୋର୍ଦ୍ଧା, ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ ପୁରୀରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ କେହି ଜଣେ ଚିହ୍ନଟ ହୋଇନାହାନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୮୯ ହଜାର ୮୯୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୨୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୮୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

