ଓଡ଼ିଶା ସରକାର ୫ ଟି ଜିଲ୍ଲାକୁ ମାଓବାଦୀ ପ୍ରବଣ ମୁକ୍ତ ଘୋଷଣା କଲେ

Share this:

ଭୁବନେଶ୍ଵର :  ରାଜ୍ୟ ସରକାରଙ୍କ ଦ୍ଵାରା ବିକାଶମୂଳକ କାର୍ଯ୍ୟକ୍ରମ ଓ ପୋଲିସ ର ବଳିଷ୍ଠ ପଦକ୍ଷେପ ଯୋଗୁଁ ୫ ଟି ଜିଲ୍ଲାକୁ ମାଓବାଦୀ ପ୍ରବଣ ମୁକ୍ତ ଘୋଷଣା କଲେ ରାଜ୍ୟସରକାର ବୋଲି ପୋଲିସ  ମହାନିର୍ଦେଶକ  ଟ୍ଵିଟ କରି ଜଣାଇଛନ୍ତି।  

ରାଜ୍ୟରେ ଦିନକୁ ଦିନ ମାଓ ଗତିବିଧି କମିବାରେ ଲାଗିଛି। ମାଓ ପ୍ରଭାବିତ କୁ ଦୃଷ୍ଟିରେ ରଖି  ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା କୁ ବାଦ ଦିଆଯାଇଛି।ସେହି ଜିଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼।

ସୂଚନା ଯୋଗ୍ୟ ପୂର୍ବରୁ ୨୦୧୮ ମସିହା ଏପ୍ରିଲ୍ ମାସରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓବାଦୀ କାର୍ଯ୍ୟକଳାପରୁ ମୁକ୍ତ  ଜିଲ୍ଲା ଭାବେ ଘୋଷିତ କରାଯାଇଥିଲା   ବର୍ତ୍ତମାନ ରାଜ୍ୟରେ ୧୧ଟି  ଜିଲ୍ଲା ମାଓବାଦୀ ପ୍ରଭାବମୁକ୍ତ। ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲା ଏସଆରଇ ଜିଲ୍ଲା ଭାବରେ ଘୋଷିତ ହୋଇଥିଲା।

Share this: