Covid Hospital Fire: କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ସଂକ୍ରମିତଙ୍କୁ ସ୍ଥାନାନ୍ତର
କଟକ: କୋଭିଡ୍ (Covid-19) ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଘଟଣା ହେଉଛି ଜଗତପୁର ସ୍ଥିତ ସଦଗୁରୁ କୋଭିଡ୍ ହସ୍ସିଟାଲ (Sadguru Covid Hospital) ରେ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ୨ଟି ଦମକଳଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।
କୋଭିଡ଼ ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ହସ୍ପିଟାଲର କିଛି କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି। ଆଇସିୟୁରେ ନିଆଁ ଲାଗିଥିବା ହେତୁ ପରିସ୍ଥିତି ସଙ୍ଗୀନ ହୋଇଥିବା କୁହାଯାଉଛି। ନିଆଁ ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି। କୋଭିଡ୍ ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ସିଏମସି କମିସନର୍ ଏବଂ ଡିସିପି ପ୍ରମୁଖ ପହଞ୍ଚି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବା ଜଣାଯାଇଛି। ଏଥିଲାଗି ୧୨ଟି ଆମ୍ବୁଲାନ୍ସ ଅଣାଯାଉଥିବାର ସୂଚନା ମିଳିଛି। ଗୁରୁତର ରୋଗୀମାନଙ୍କୁ କଟକର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।
Also Read: