ଧୋନୀ ଙ୍କ ବିଷୟରେ ଗମ୍ଭୀର ଏମିତି କଣ କହିଲେ ଯାହା ଆଗରୁ କେହି କହିନଥିଲେ …

Share this:

ଗୌତମ ଗମ୍ଭୀର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ବିଷୟରେ କହିଛନ୍ତି , ଯାହା ପୂର୍ବରୁ କେହି କହି ନାହାଁନ୍ତି। ଏପରି ଏକ ଜିନିଷ ଯାହାକୁ ଅଣଦେଖା କରାଯାଇଥିଲା। ଧୋନିଙ୍କ ସଫଳତା ହେତୁ ତାହା ଲୁଚି ରହିଲା। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯଦି ମହେନ୍ଦ୍ର ସିଂ ଧୋନି ପଚାଶ ଓଭର କ୍ରିକେଟରେ ତିନି ନମ୍ବରରେ ଅବତରଣ କରିଥାନ୍ତେ, ତେବେ ସମସ୍ତ ବ୍ୟାଟିଂ ରେକର୍ଡ ତାଙ୍କ ନାମରେ ହୋଇଥାନ୍ତା।

ଗମ୍ଭୀରଙ୍କୁ ଭାରତର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଏବଂ ଧୋନିଙ୍କ ମଧ୍ୟରେ ଚୟନ କରିବାକୁ କୁହାଯାଇଥିଲା। ସେ ଷ୍ଟାର ସ୍ପୋର୍ଟସ ‘କ୍ରିକେଟ୍ କନେକ୍ଟେଡ୍’କୁ କହିଛନ୍ତି, ଦୁଇଜଣଙ୍କୁ ତୁଳନା କରିବା ଅତ୍ୟନ୍ତ କଷ୍ଟକର କାରଣ ଜଣେ ତିନି  ନମ୍ବରରେ ଏବଂ ଅନ୍ୟ ଜଣେ  ଛଅ କିମ୍ବା ସପ୍ତମ ନମ୍ବର ରେ ବ୍ୟାଟିଂ କରିବାକୁ ଆସନ୍ତି । ଗମ୍ଭୀର କହିଛନ୍ତି ଯେ ଯଦି  ଧୋନି ତିନି ନମ୍ବରରେ ଅବତରଣ କରିଥାନ୍ତେ, ତେବେ ସେ ଅଧିକାଂଶ ବ୍ୟାଟିଂ ରେକର୍ଡ ଭାଙ୍ଗିଥାନ୍ତେ। ସେ କହିଥିଲେ, “ବୋଧହୁଏ ମୁଁ ଏମଏସ ଧୋନିଙ୍କୁ ବାଛିଥାନ୍ତି । ଫ୍ଲାଟ ୱିକେଟ୍ ଉପରେ ହୋଇଥିବା ବୋଲିଂ ଆକ୍ରମଣରେ ସେ ତିନି ନମ୍ବରରେ ଶ୍ରେଷ୍ଠ ହୋଇଥାନ୍ତେ। ସେ କହିଛନ୍ତି, ଶ୍ରୀଲଙ୍କା,ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ କୁ ଦେଖନ୍ତୁ। ଆନ୍ତର୍ଜାତୀୟ ବୋଲିଂର ସ୍ତରକୁ ଦୃଷ୍ଟିରେ ରଖି ଏମଏସ ଧୋନି ଅଧିକାଂଶ ରେକର୍ଡ କରିଥାନ୍ତେ”। ବିଶ୍ୱକପ ୨୦୦୭  ଏବଂ ୨୦୧୧  ର ବିଜେତା ଦଳର ସଦସ୍ୟ ଥିବା ଗମ୍ଭୀର କହିଛନ୍ତି ଯେ ଯଦି ଧୋନି ଭାରତର ଅଧିନାୟକ ହୋଇନଥାନ୍ତେ ଏବଂ  ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତେ  ତାହେଲେ  ସେ ଦୁନିଆର ସବୁଠାରୁ ମନୋରଞ୍ଜନକାରୀ ବ୍ୟାଟସମ୍ୟାନ  ହୋଇଥାନ୍ତେ।

Share this: