ପ୍ରତି ୨ସେକେଣ୍ଡରେ ଜଣେ ବ୍ୟକ୍ତି ହେଉଛନ୍ତି ଦେଶରେ କରୋନା ସଂକ୍ରମିତ

Share this:

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ ପ୍ରତିଦିନ ୫୫ହଜାରରୁ ଅଧିକ କରୋନା ମାମଲା ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫୫ହଜାର ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩କୁ ବୃଦ୍ଧି ହୋଇଛି। ସେହିପରି ମହାମାରୀ କରୋନା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୬ ଜଣଙ୍କର ଜୀବନ ନେଇଛି ଯାହା ଫଳରେ ଦେଶରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୫୧ ହଜାର ୭୯୭ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ଭାରତରେ କରୋନାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ କରୋନା ଭାଇରସ୍ ବିପଦ ସୃଷ୍ଟି କରୁଛି, ଏଥିରୁ ଅନୁମାନ କରାଯାଇପାରେ ଯେ ଜଣେ ବ୍ୟକ୍ତି ପ୍ରତି ୨ ସେକେଣ୍ଡରେ କରୋନାରେ ସଂକ୍ରମିତ ହେଉଛନ୍ତି।

Share this: