କୋଭିଡ଼-୧୯ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ଅଧିକ

Share this:

କୋଭିଡ଼ -୧୯ ସୁସ୍ଥ ହାର ୫୮.୨୪ ପ୍ରତିଶତକୁ ବୃଦ୍ଧି

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ୧୯  ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି।

ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ ରୁ ଅଧିକ ହୋଇଛି। ଗତ ୨୪  ଘଣ୍ଟା ମଧ୍ୟରେ  ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬ କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ଶତକଡା ୫୮.୨୪ ପ୍ରତିଶତ ହୋଇଛି।

ବର୍ତ୍ତମାନ ୧୮୯୪୬୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଦେଶରେ ଆଇସିଏମଆର ଗତ ଚବିଶ  ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି ଏଗାର ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା ୧୦୧୬ କୁ ବୃଦ୍ଧି ପାଇଛି। ଏଥିରୁ ୭୩୭ ଟି ସରକାରୀ ହୋଇଥିବା ବେଳେ ୨୭୯ ଟି ବେସରକାରୀ ।

 ସେହିପରି,ନମୁନାପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪  ଘଣ୍ଟା ମଧ୍ୟରେ ୨,୧୫,୪୪୬ ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ନମୁନା ପରୀକ୍ଷଣ ୭୭,୭୬,୨୨୮ କୁ ବୃଦ୍ଧି ପାଇଛି।

Share this: