ରାଜ୍ୟରେ ରେକର୍ଡ ସଂଖ୍ୟକ ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୮୧୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୮ ହଜାର ୬୯୭କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ, ଖୋର୍ଦ୍ଧାରୁ ୨୦୨ ଜଣ, କଟକ ରୁ ୧୪୭ ଜଣ,ଗଜପତି ଜିଲ୍ଲା ରୁ ୧୩୬ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୧୬ ଜଣ, ସୁନ୍ଦରଗଡରୁ ୧୦୬ ଜଣ, ସମ୍ବଲପୁରରୁ ୬୨ ଜଣ, ରାୟଗଡାରୁ ୫୫ ଜଣ, କେଉଁଝର ଜିଲ୍ଲାରୁ ୩୭  ଜଣ,ଅନୁଗୋଳ ରୁ ୩୪ ଜଣ, କୋରାପୁଟରୁ ୨୪ଜଣ,କୋରାପୁଟ ରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୨୦ ଜଣ, ବରଗଡ଼ରୁ ୧୯ ଜଣ, ବାଲେଶ୍ଵର ରୁ ୧୭ ଜଣ, ବଲାଙ୍ଗୀରି ଓ ମୟୁରଭଞ୍ଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, ଭଦ୍ରକ ଜିଲ୍ଲାରୁ ୧୩ ଜଣ,ଦେଓଗଡ ଓ ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ,ଜଗତସିଂପୁର  ଓ ଝାରସୁଗୁଡା ଜିଲ୍ଲା ରୁ୮ ଜଣ ଲେଖାଏଁ ,ପୁରୀ ରୁ ୬ ଜଣ,ବୌଦ୍ଧ ରୁ ୫ ଜଣ,ସୋନପୁର ରୁ ୪ ଜଣ ଏବଂ ମାଲକାନଗିରି ଜିଲ୍ଲା ରୁ ୩ ଜଣ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ଆଜି ୧୨କରୋନା ଆକ୍ରାନ୍ତ ମୃତଙ୍କ ସହିତ ମୃତ୍ୟୁ ସଂଖ୍ୟା ୨୪୭  କୁ ବୃଦ୍ଧି ପାଇଛି।

Share this: