କୋଭିଡ-୧୯ ସୁସ୍ଥ ହେଲେଣି ୪ ଲକ୍ଷରୁ ଅଧିକ;ସର୍ବଭାରତୀୟ ସ୍ଥର ରେ ଆରୋଗ୍ୟ ହାର ୬୦.୭୭ ପ୍ରତିଶତ,ଓଡ଼ିଶାରେ ୬୯ %
ସକ୍ରିୟ ରୋଗୀଙ୍କଠାରୁ ସୁସ୍ଥ ହୋଇଥିବା ସଂଖ୍ୟା ପାଖାପାଖି ୧.୬୫ ଲକ୍ଷ ଅଧିକ
ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪,୮୫୬ କୋଭିଡ-୧୯ ରୋଗୀ ଆରୋଗ୍ୟ
କୋଭିଡ-୧୯ ର ଆବଦ୍ଧ ଏବଂ ପରିଚାଳନା ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସାମୁହିକ ପ୍ରୟାସ ଯୋଗୁଁ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଜିସୁଦ୍ଧା ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୪,୦୯,୦୮୨ କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪,୮୫୬ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଆଜିପର୍ଯ୍ୟନ୍ତ ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୬୪,୨୬୮ ଅଧିକ। ଏହାଦ୍ଵାରା ଦେଶର କୋଭିଡ-୧୯ ସଂକ୍ରମିତଙ୍କ ଆରୋଗ୍ୟ ହାର ୬୦.୭୭ ପ୍ରତିଶତରେ ପହଞ୍ଚିଛି। ଜାତୀୟ ହାରଠାରୁ ଅଧିକ ଆରୋଗ୍ୟ ହାର ରହିଥିବା ୨୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ସେମାନଙ୍କ ମଧ୍ୟରେ ଚଣ୍ଡିଗଡ ରେ ସର୍ବାଧିକ ଆରୋଗ୍ୟ ହାର ୮୫.୯ ପ୍ରତିଶତ,ତା’ ତଳକୁ ଲାଦାଖ ରେ ୮୨.୨ ପ୍ରତିଶତ ଆରୋଗ୍ୟ ହୋଇଛନ୍ତି। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ହେଲେ, ଜମ୍ମୁ କାଶ୍ମୀର ରାଜସ୍ଥାନ,ଛତିଶଗଡ,ମିଜୋରାମ,ତ୍ରିପୁରା,ମଧ୍ୟପ୍ରଦେଶ, ଝାଡଖଣ୍ଡ,ବିହାର,ହରିୟାଣା,ଗୁଜରାଟ,ପଞ୍ଜାବ,ଦିଲ୍ଲୀ,ମେଘାଳୟ,ଓଡିଶା,ଉତ୍ତର ପ୍ରଦେଶ,ହିମାଚଳ ପ୍ରଦେଶ,ପଶ୍ଚିମବଙ୍ଗ,ଆସାମ ଓ ଉତ୍ତରାଖଣ୍ଡ।
ବର୍ତ୍ତମାନ ଦେଶରେ ରହିଥିବା ସମସ୍ତ ୨,୪୪,୮୧୪ ସକ୍ରିୟ ରୋଗୀ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି।