ଓଡ଼ିଶାରେ ପୁଣି ନୂଆ ୨୫୮୯ ଜଣ କରୋନା ପଜିଟିଭ ଚିହ୍ନଟ, ପୁରୀ ରେ ୨୩୫

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୫୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୪୬୬ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୪୨ ଜଣ, କଟକରୁ ୨୨୨ ଜଣ,କନ୍ଧମାଳ ଜିଲ୍ଲାରୁ ୩୦ ଜଣ,କୋରାପୁଟରୁ ୯୨ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ ,କେଉଁଝରରୁ ୫୩  ଜଣ ଓ କଳାହାଣ୍ଡିରୁ ୪୨ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୬୬ ଜଣ ,ସୁନ୍ଦରଗଡ଼ରୁ ୧୫୫ ଜଣ  ଓ ସୋନପୁର ଜିଲ୍ଲାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୯୫ ଜଣ ,ଜଗତସିଂହପୁରରୁ ୨୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୮ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୬୭ ଜଣ, ବାଲେଶ୍ଵରରୁ ୧୫୦ଜଣ ,ବଲାଙ୍ଗୀରି ଜିଲ୍ଲାରୁ ଜଣେ ,ବୌଦ୍ଧଜିଲ୍ଲାରୁ ୧୬ ଜଣ  ଏବଂ ଭଦ୍ରକ ଜିଲ୍ଲାରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୩୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୧ ଜଣ ,ନବରଙ୍ଗପୁରରୁ ୩୬ ଜଣ ଓ ନୂଆପଡ଼ାରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୨୫ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି।ମୟୁରଭଞ୍ଜ ରୁ ୧୧୭ ଜଣ ଏବଂ ମାଲକାନଗିରିରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୦ ଲକ୍ଷ ୬୨ ହଜାର ୪୬୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୭ ହଜାର ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ ହଜାର ୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୩୮୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: