ଆଜି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭
ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଂକ୍ରମିତ ଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି ରୁ ୨୮, ବାଲେଶ୍ୱର ରୁ ୨୧, କଟକ ରୁ ୨୦, ଖୋର୍ଦ୍ଧା ରୁ ୮, ଯାଜପୁର ରୁ ୮, ପୁରୀ ରୁ ୭, ସୁନ୍ଦରଗଡ଼ ରୁ ୬ , ନବରଙ୍ଗପୁର ରୁ ୩, ବଲାଙ୍ଗୀର ରୁ ୨, ମୟୂରଭଞ୍ଜ ରୁ ୩, ଝାରସୁଗୁଡ଼ା ରୁ ୨, ଅନୁଗୁଳ ରୁ ୧, ମାଲକାନଗିରି ରୁ ୧, ନୟାଗଡ଼ ରୁ ୧, କୋରାପୁଟ ରୁ ୧ ଓ ଜଗତସିଂହପୁର ରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିବା ୧୧ଜଣ କର୍ମଚାରୀ ଅଛନ୍ତି।