College Reopening: ନଭେମ୍ବର ୧ରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ,ହେବନାହିଁ ଶୀତ-ଗ୍ରୀଷ୍ମକାଳୀନ ଛୁଟି; UGC ନିର୍ଦ୍ଦେଶାବଳୀ ଜାରି
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ (Corona) ରୋଗ ବୃଦ୍ଧି ହେତୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଏକାଡେମିକ୍ କ୍ୟାଲେଣ୍ଡରକୁ ସଂଶୋଧନ କରିଛି। ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକାଡେମିକ୍ ସେଶନ (Academic Session) ନଭେମ୍ବର ୧ରୁ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୨୦୨୦ ସୁଦ୍ଧା ମେରିଟ୍ କିମ୍ବା ପ୍ରବେଶ ଭିତ୍ତିକ ଆଡମିଶନ (Entrance Admission) ପ୍ରକ୍ରିୟା ସମାପ୍ତ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
ଯଦି କୌଣସି ଯୋଗ୍ୟତା ପରୀକ୍ଷାର ଫଳାଫଳ ଘୋଷଣା କରିବାରେ ବିଳମ୍ବ ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ନଭେମ୍ବର ୧୮ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିପାରନ୍ତି ବୋଲି ୟୁଜିସି ଦ୍ଵାରା ଜାରି ସର୍ବଶେଷ ନିର୍ଦ୍ଦେଶାବଳୀରେ କୁହାଯାଇଛି।
UGC କଲେଜଗୁଡ଼ିକୁ ସୂଚନା ଦେଇଛି, ନିୟନ୍ତ୍ରଣ ବାହାରେ ପରିସ୍ଥିତି ଯୋଗୁଁ, ୨୦୨୦-୨୧ଏକାଡେମିକ୍ ର ପ୍ରଥମ ବର୍ଷ ଆରମ୍ଭରେ ବିଳମ୍ବ ହୋଇଛି, କିନ୍ତୁ ଏହି ସମୟର କ୍ଷତି ପୂରଣ ପାଇଁ ପ୍ରୟାସ କରାଯାଉଛି।
ସଂଶୋଧିତ କ୍ୟାଲେଣ୍ଡରରେ ଦର୍ଶାଯାଇଛି ଯେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ ଆଡମିଶନ ପ୍ରକ୍ରିୟା ୩୧ ଅକ୍ଟୋବର ସୁଦ୍ଧା ଶେଷ ହେବା ଉଚିତ ଏବଂ ପ୍ରଥମ ସେମିଷ୍ଟାର ପାଇଁ କ୍ଲାସଗୁଡିକ ୧ ନଭେମ୍ବରରୁ ଆରମ୍ଭ ହେବା ଉଚିତ୍। ଅଧ୍ୟୟନର କ୍ଷତି ପୂରଣ କରିବାକୁ ଏବର୍ଷ କୌଣସି ଶୀତ-ଗ୍ରୀଷ୍ମ ଛୁଟି (Winter –Summer Vacation) ରହିବ ନାହିଁ।
Also Read:
School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି