ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ପରଲୋକ

Share this:

ଜଗତସିଂହପୁର : ଆରପାରିରେ ବିଷ୍ଣୁ ଦାସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ  ହସ୍ପିଟାଲରେ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଥିବା ବିଷ୍ଣୁ ଦାସ  ଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର  ସଂଧ୍ୟା ୭ଟା ୫୦ରେ ତାଙ୍କର ପରଲୋକ ଘଟିଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ସାଧାରଣ ନିର୍ବାଚନ ସମୟରେ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାରୁ ବିଷ୍ଣୁ ଦାସ ପ୍ରଚାରକୁ ନ ଆସି ମଧ୍ୟ ନିଜର ଲୋକପ୍ରିୟତା ଯୋଗୁଁ  ପ୍ରଥମ କରି ଠିଆ ହୋଇଥିବା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବହୁ ଭୋଟରେ ବିଜୟୀ ହୋଇଥିଲେ। ସେ ମୋଟ ଛଅ ଥର ବିଧାୟକ ହୋଇଛନ୍ତି। ଜଗତସିଂହପୁର ନିର୍ବାଚନ ମଣ୍ତଳୀରୁ ୫ ଥର ଓ ତିର୍ତ୍ତୋଲ ରୁ ଥରେ ନିର୍ବାଚିତ ହୋଇଛନ୍ତି। ବିଷ୍ଣୁ ଦାସ  ୯ ମାସ ପାଇଁ ରାଜ୍ୟସଭା ସାଂସଦ ଥିଲେ। ସେ ଜଗତସିଂହପୁର ଜିଲ୍ଲା ବିଜେଡିର ସଭାପତି ଥିଲେ ଓ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ବିଷ୍ଣୁ ଦାସ ଜଣେ ସଂଘର୍ଷୀ ନେତା ଥିଲେ। ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ଛବି ରାଣୀ ହତ୍ୟାକାଣ୍ଡ ଘଟଣା ସେ ସେତେବେଳେ ଏହି ଘଟଣା କୁ ନେଇ ବହୁତ ଆନ୍ଦୋଳନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ନେତୃତତ୍ଵ ରେ ସେ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Share this: