ଅନୁଗୋଳ ଜିଲ୍ଲାରେ ଆଜି ୧୧୮କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ପୁଣି ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୯୪୪ ରେ ପହଞ୍ଚିଲା।

ଆଜି ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୩୨ ଜଣ (୩୦ଜଣ ପୁରୁଷ ଓ ୨ ଜଣ ମହିଳା), ଅନୁଗୋଳ ପୌରପାଳିକା ଅଞ୍ଚଳରୁ ୧୯ ଜଣ (୧୫ଜଣ ପୁରୁଷ ଓ ୪ ଜଣ ମହିଳା), କଣିହାଁ ବ୍ଳକ୍ ଅଞ୍ଚଳରୁ ୧୭ ଜଣ (୧୧ ଜଣ ପୁରୁଷ ଓ ୬ ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୬ ଜଣ (୧୫ଜଣ ପୁରୁଷ ଓ ୧ ଜଣ ମହିଳା), କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୫ ଜଣ (୭ଜଣ ପୁରୁଷ ଓ ୮ ଜଣ ମହିଳା), ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୧ ଜଣ (୯ଜଣ ପୁରୁଷ ଓ ୨ ଜଣ ମହିଳା), ତାଳଚେର ବ୍ଳକ୍ ଅଞ୍ଚଳରୁ ୫ ଜଣ (୪ଜଣ ପୁରୁଷ ଓ ୧ ଜଣ ମହିଳା) ଓ ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୩ ଜଣ ( ଜଣେ ପୁରୁଷ ଓ ୨ ଜଣ ମହିଳା ) ଅଛନ୍ତି।

Image Courtesy @angul_dm

ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ଆକ୍ରାନ୍ତମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସମସ୍ତ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସୁସ୍ଥ ହୋଇଥିବା ୧୬ ଜଣକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୬୧୨ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୨୮ ରେ ପହଞ୍ଚିଛି।

Also Read:

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

Share this: