ଓଡ଼ିଶାରେ ଆଜି ପୁଣି ୩୪୯୦ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୧,୩୮୨ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୪୯୦ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୯୪  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୩୯୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୫୩୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୬୯ ଜଣ, କଟକରୁ ୩୭୬ ଜଣ, କନ୍ଧମାଳ ଜିଲ୍ଲାରୁ ୮୪  ଜଣ, କୋରାପୁଟରୁ ୯୩ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୫୫ ଜଣ ଓ କଳାହାଣ୍ଡିରୁ ୩୯ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୫ ଜଣ , ସୁନ୍ଦରଗଡ଼ରୁ ୬୪ ଜଣ ଓ ସୋନପୁର ଜିଲ୍ଲାରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୭୮ ଜଣ, ଜଗତସିଂହପୁରରୁ  ୯୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୮୧ ଜଣ, ବାଲେଶ୍ଵରରୁ ୯୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୧୦ ଜଣ, ବୌଦ୍ଧରୁ ୨୫ ଜଣ ଏବଂ ଭଦ୍ରକରୁ ୮୯ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୧୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୪ ଜଣ, ନବରଙ୍ଗପୁରରୁ  ୪୦ ଜଣ ଓ ନୂଆପଡ଼ାରୁ ୧୦୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୧ ଜଣ, ଦେଓଗଡରୁ ୨୭ ଜଣ, ରାୟଗଡାରୁ ୨୦୬ ଜଣ, ଅନୁଗୋଳରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୦୭ ଜଣ ଏବଂ ମାଲକାନଗିରିରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ସ୍ଟେଟ ପୁଲ (State Pool) ରୁ ୧୦୨ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୧ ଲକ୍ଷ ୮୪ ହଜାର ୮୪୧  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୩୧ ହଜାର ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୯ ହଜାର ୩୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ ହଜାର ୩୬୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read :

ମିଛ କେସରେ ଇସ୍ରୋ ବୈଜ୍ଞାନିକଙ୍କୁ ଜେଲ ଏବଂ କ୍ୟାରିଅର ନଷ୍ଟ ; ୧.୩୦ କୋଟି କ୍ଷତିପୂରଣ ମିଳିବ

ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

Share this:

One thought on “ଓଡ଼ିଶାରେ ଆଜି ପୁଣି ୩୪୯୦ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୧,୩୮୨ ଚିହ୍ନଟ

Comments are closed.