ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ

Share this:

ନୂଆଦିଲ୍ଲୀ:ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀସ୍ଥିତ ଆର୍ମୀ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଠାରେ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ୩୧.୮.୨୦୨୦ ଠାରୁ ୦୬.୦୯.୨୦୨୦ ପର୍ଯ୍ୟନ୍ତ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସମୟରେ ସାରା ଭାରତରେ ନିୟମିତ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ଅଟ୍ଟାଳିକାଗୁଡ଼ିକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହିତ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହି।

ସୂଚନାଯୋଗ୍ୟ ଭାରତ ରତ୍ନ ପୁରସ୍କାର ପାଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦେହାନ୍ତ ହୋଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୦ଅଗଷ୍ଟ ରୁ ରାଜଧାନୀ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମସ୍ତିଷ୍କର ସଫଳ ଅସ୍ତ୍ରୋପଚାର ପରେ ତାଙ୍କର ଫୁସଫୁସ ସଂକ୍ରମଣ ବ୍ୟାପି ଯାଇଥିଲା। ସେ କିଛି ସମୟ ପାଇଁ ଜୀବନ ରକ୍ଷାକାରୀ( Ventilator ) ବ୍ୟବସ୍ଥାରେ ଥିଲେ।

Also Read:

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ପ୍ରଶାନ୍ତ ଭୂଷଣଙ୍କ ଉପରେ ୧ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ,ଆସନ୍ତୁ ଜାଣିବା ପ୍ରଥମରୁ ପୁରା ଘଟଣା କଣ ଥିଲା

Share this: