ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ମହାମାରୀ ଶେଷ ହେବ: ବିଶ୍ଵ ସ୍ଵାସ୍ଥ୍ୟ ସଂଘଟନ

Share this:

ଜେନେଭା:ବିଶ୍ଵରେ କରୋନା ଭୂତାଣୁ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ବିଶ୍ଵରେ ୨୩ କୋଟି ୧୨ ଲକ୍ଷ ୮୦୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୫ କୋଟି ୭ ଲକ୍ଷ ୧୪ ହଜାର ୯୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଲକ୍ଷ ୩ ହଜାର ୨୧୩ଜଣ। ଆସନ୍ତା ଦୁଇବର୍ଷ ମଧ୍ୟରେ କରୋନା ଭୂତାଣୁ ମହାମାରୀ ଶେଷ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଶା କରୁଛି। ଏହାର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ (Tedros Adhanom Ghebreyesus) ଶୁକ୍ରବାର ଦିନ କହିଛନ୍ତି ଯେ 1918 ମସିହାରେ ଆରମ୍ଭ ହୋଇଥିବା ସ୍ପେନ୍ ଫ୍ଲୁ (Spanish flu)ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଥିଲା। ସେ କହିଛନ୍ତି ଯେ ଯଦି ବିଶ୍ଵ ମିଳିତ ହୋଇ ଟିକା ଆବିଷ୍କୃତ କରେ ,ତେବେ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ମହାମାରୀ ଶେଷ ହେବ।

WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି, ଆଜି ଆମର ଟେକ୍ନୋଲୋଜି ଏବଂ ଯୋଗାଯୋଗର ଅଧିକ ଉପାୟ ଅଛି।ଏହି କ୍ଷେତ୍ରରେ ଭୂତାଣୁ  ବିସ୍ତାର ହେବାର ସମ୍ଭାବନା ରହିଛି। ଏହା ଶୀଘ୍ର ବିସ୍ତାର ହୋଇପାରେ କାରଣ ଆଜି ଆମେ ଅଧିକ ସଂଯୁକ୍ତ ଅଟୁ। ଏହାକୁ ରୋକିବା ପାଇଁ ଆମର ଟେକ୍ନୋଲୋଜି ଏବଂ ଜ୍ଞାନ ଅଛି ବୋଲି ସେ କହିଛନ୍ତି।

Also Read:

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଚେତାବନୀ କରୋନା ର କୌଣସି ଚିକିତ୍ସା ନାହିଁ, ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ

ମୋଦୀ ସରକାର ୬୫ଯୋଜନାରେ ୬୦,୮୬୫ କୋଟି ଟଙ୍କା ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ ଦେଇଛନ୍ତି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବା ପାଇଁ ପ୍ରତିଶ୍ରୁତି -କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: