ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ

Share this:

ନୂଆଦିଲ୍ଲୀ : ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ପୂର୍ବଭଳି ଦେଶର ସବୁ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଦେଶରେ ଏବେ ଯେଉଁ ୨୩୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ସେ ସେବା ପୂର୍ବଭଳି ଚାଲିବ। ମୁମ୍ବାଇରେ ଲୋକାଲ ଟ୍ରେନ କେବଳ କେତେକ ସ୍ଥାନରେ ସୀମିତଭାବେ ରାଜ୍ୟ ସରକାରଙ୍କ ରିକ୍ୟୁଜିସନ ଅନୁସାରେ ଚାଲିଛି। ତାହା ଅବ୍ୟାହତ ରହିବ। ଏହା ବାହାରେ ଅନ୍ୟ କୌଣସି ସହରତଳି ଟ୍ରେନ ଚଳାଚଳ କରିବ ନାହିଁ।

ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଯେଉଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ତାହାର ଯାତ୍ରୀସଂଖ୍ୟା ଉପରେ ନିୟମିତ ନଜର ରଖାଯାଇଛି। ଆବଶ୍ୟକ ପଡିଲେ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇପାରେ। ତେବେ ଲକଡାଉନ ପୂର୍ବରୁ ଯେଉଁ ଅନ୍ୟ ସବୁ ନିୟମିତ ଟ୍ରେନ ଓ ସହରତଳି ଟ୍ରେନ ଚଳାଚଳ କରୁଥିଲା ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

Share this: