ଅନୁଗୋଳ ଜିଲ୍ଲାରେ ଆଜି ୨୩ କରୋନା ପଜିଟିଭ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୮
ଅନୁଗୋଳ : (ମହିମାଲାଇଭ) ଅନୁଗୋଳ ଜିଲ୍ଲାରୁ ଆଜି ଶନିବାର ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୦ଜଣ,ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୫ଜଣ,ତାଳଚେର ବ୍ଲକ୍ ଅଞ୍ଚଳରୁ ୩ଜଣ,ପାଳଲହଡା ବ୍ଳକ୍ ଅଞ୍ଚଳରୁ ୨ଜଣ, ଅନୁଗୁଳ ପୌରାଞ୍ଚଳରୁ ୨ ଜଣ ଓ କିଶୋରନଗର ବ୍ଲକ୍ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି।
ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୫,୨୫,୨୭,୩୩ ,୩୯ ଓ ୫୦ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୦,୩୦,୨୦ବର୍ଷ। ଏବଂ ଜଣେ ୧୩ ବର୍ଷୀୟ ବାଳକ ଅଛନ୍ତି। ୩୦ ବର୍ଷିୟା ମହିଳା ଜଣକ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି। ଅବଶିଷ୍ଟ ୯ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି।
ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬ , ୩୯ , ୬୦ଓ ୭୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୨୩ ବର୍ଷ ଅଟେ। ୨୬ , ୩୯ ଓ ୬୦ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୭୦ ବର୍ଷିୟା ମହିଳା ଜଣକ ଅନ୍ୟଆକ୍ରାନ୍ତକ ସଂସ୍ପର୍ଶରେ ଆସିଥିବାବେଳେ ୨୩ ବର୍ଷିୟ ପୁରୁଷ ଜଣକ ଭୁବନେଶ୍ବରର ଏକ ସରକାରୀ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ପୌରାଞ୍ଚଳ ରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୫୫ ଓ ଜଣେ ମହିଳାଙ୍କ ବୟସ ୨୩ବର୍ଷ ଅଟେ। ପୁରୁଷ ଜଣକ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ମହିଳା ଜଣଙ୍କ ଗଞ୍ଜାମରୁ ଫେରି ପେଡ୍ କ୍ୱାରାଣ୍ଟାଇନ୍ରେ ଥିଲେ।
ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୨୬ , ଜଣେ ମହିଳାଙ୍କ ବୟସ ୨୩ ଓ ଜଣେ ଶିଶୁର ବୟସ ୨ ବର୍ଷ ଅଟେ। ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଳଲହଡା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୧ ବର୍ଷୟ ଓ ଜଣେ ୪୪ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତକ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। କିଶୋରନଗର ବ୍ଳକରୁ ଚିହ୍ନଟ ହୋଇଥିବା ଜଣେ ୭୦ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ଏହି ୨୩ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ ରେ ପହଞ୍ଚିଲା। ଇତି ମଧ୍ୟରେ ୩୮ଜଣ ସୁସ୍ଥ ହୋଇଛନ୍ତି। ପୂର୍ବରୁ ସୁସ୍ଥ ହୋଇଥିବା ୨୬୭ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୦୫ ରେ ପହଞ୍ଚିଲାଣି।