ଅନୁଗୋଳରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୫
ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି।
ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୭ ଓ ୬୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ) ବର୍ଷ ଏବଂ ମହିଳାଙ୍କ ବୟସ ୨୫ ବର୍ଷ। ଏମାନଙ୍କ ମଧ୍ୟରୁ ୩୭ ବର୍ଷୀୟ ପୁରୁଷ ଏବଂ ୨୫ ବର୍ଷୀୟା ମହିଳା ପଶ୍ଚିମବଙ୍ଗରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ।
କଣିହାଁ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳର ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ ବର୍ଷ ଅଟେ। ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିବା ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ପୁରୁଷ କେଉଁଝରରୁ ଫେରିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟର କୋଭିଡ ହସପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ ଆଇସୋଲେସୋନ (Isolation) ରେ ରହିଛନ୍ତି।
ଆଜି ୯ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୬ଜଣ ସୁସ୍ତ ହୋଇଛନ୍ତି। ପୂର୍ବରୁ ସୁସ୍ଥ ହୋଇଥିବା ୨୬୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୭ ରେ ପହଂଚିଲାଣି।