Breaking Newsଜାତୀୟ “ଇନ୍ଦିରା ରୋଷେଇ ଯୋଜନା” ଗରିବ ବ୍ୟକ୍ତି ୮ ଟଙ୍କାରେ ପାଇବେ ପୁଷ୍ଟିକର ଖାଦ୍ୟ August 4, 2020 MahimaLive 40 Views covid19, Indira rosei yojana, MOBILE APP, monitoring, rajasthan chief minister, rajasthan government, RAJASTHAN NEWS 1 min read Share this: ଜୟପୁର : ବର୍ତ୍ତମାନ ମିଳିବ ମାତ୍ର ୮ ଟଙ୍କାରେ ପୁଷ୍ଟିକର ଖାଦ୍ୟ। ଏମିତି ଏକ ଯୋଜନା ଆଣିଛନ୍ତି ରାଜସ୍ଥାନ ସରକାର। ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସହରାଞ୍ଚଳରେ ଇନ୍ଦିରା ରୋଷେଇ ଯୋଜନା ଆସନ୍ତା ଅଗଷ୍ଟ ୨୦ରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ପୁରା ଜୀବନ ଗରିବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ରାଜ୍ୟ ସରକାର ଏପରି ମହାନ ବ୍ୟକ୍ତିତ୍ୱଙ୍କ ନାମରେ ମାନବ ସେବାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ଗରିବ ଏବଂ ଅଭାବୀ ଲୋକମାନେ ମାତ୍ର ୮ ଟଙ୍କାରେ ଶୁଦ୍ଧ ପୁଷ୍ଟିକର ଖାଦ୍ୟ ପାଇବେ। ସ୍ଵାୟତ୍ତ ଶାସନ ବିଭାଗ ସଚିବ ଭବାନୀ ସିଂ ଦେଥା କହିଛନ୍ତି ଯେ ପ୍ରତିବର୍ଷ ୪ କୋଟି ୮୭ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଆବଶ୍ୟକତା ଅନୁଯାୟୀ ଏହାକୁ ଆହୁରି ବୃଦ୍ଧି କରାଯାଇପାରିବ। ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଡାକ୍ତରଖାନା ଭଳି ସ୍ଥାନରେ ରୋଷେଇ ଖୋଲାଯିବ, ଯେଉଁଠାରେ ଲୋକଙ୍କ ଅଧିକ ଉପସ୍ଥିତି ରହିଛି। ଏହି ଯୋଜନାରେ ମିଳିବାକୁଥିବା ଖାଦ୍ୟରେ ୧୦୦ ଗ୍ରାମ ମସୁର ଡାଲି, ୧୦୦ ଗ୍ରାମ ପନିପରିବା ଏବଂ ୨୫୦ଗ୍ରାମର ତରକାରୀର ଏକ ମେନୁ ପ୍ରସ୍ତୁତ କରାଯାଇଛି। କରୋନା ମହାମାରୀକୁ ରୋକିବା ପାଇଁ ରୋଷେଇରେ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଯୋଜନାର ଆଇଟି ଆଧାରିତ ମନିଟରିଂ କରାଯିବ। ହିତାଧିକାରୀ କୁପନ ନେବା ମାତ୍ରେ ମୋବାଇଲରେ ଥିବା ଏସଏମଏସରୁ ସୂଚନା ପାଇବେ। ରୋଷେଇକାରୀମାନଙ୍କୁ ମୋବାଇଲ୍ ଆପ୍ ଏବଂ ସିସିଟିଭି ମାଧ୍ୟମରେ ତଦାରଖ କରାଯିବ। From The Web Share this: