ଆଜି ରାଜ୍ୟ ରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ
ରାଜ୍ୟରେ ଆଜି ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୯୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୭୯ ଜଣ , ଯାଜପୁର ରୁ ୮୪ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ , କଟକ ରୁ ୪୨ ଜଣ,କେଉଁଝର ରୁ ୨୩ ଜଣ, ମାଲକାନଗିରି ରୁ ୨୧, ଜଣ, ପୁରୀ ଓ ସୁନ୍ଦରଗଡ଼ ରୁ ୧୫ ଜଣ ଲେଖାଏଁ , ମୟୁରଭଞ୍ଜ ଜିଲ୍ଲାରୁ ୧୨ ଜଣ,ବରଗଡ଼ ରୁ ୧୧ ଜଣ, କୋରାପୁଟ ରୁ ୯ ଜଣ, କାନ୍ଧମାଳ ରୁ ୮ ଜଣ, ଜଗତସିଂପୁର ରୁ ୭ଜଣ, ଅନୁଗୋଳ ,ବାଲେଶ୍ଵର ଓ ନବରଙ୍ଗପୁର ରୁ ୬ ଜଣ ଲେଖାଏଁ , ଭଦ୍ରକ ରୁ ୫ଜଣ, ଗଜପତି ରୁ ୩ ଜଣ କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।