ଓଡ଼ିଶାରେ ସୁସ୍ଥ ହେଲେ ୨୬୨କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୪୮୩ କୁ ବୃଦ୍ଧି
ରାଜ୍ୟରେ ସୋମବାର ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୪୮୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୭୩ ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୩ ଜଣ,ଗଜପତି ଜିଲ୍ଲା ରୁ ୪୯ ଜଣ ,ବରଗଡ଼ ଜିଲ୍ଲା ରୁ ୧୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲା ରୁ ୨୫ ଜଣ ସୁସ୍ଥ ହୋଇଇଛନ୍ତି। ଭଦ୍ରକ ଓ ପୁରୀ ଜିଲ୍ଲା ରୁ ୧୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲାରୁ ୧୬ ଜଣ ,କଟକ ଜିଲ୍ଲାରୁ ୧୫ ଜଣ ଜଣ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲା ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନଗୁଳ,ବାଲେଶ୍ଵର,ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲା ରୁ ୩ ଜଣ, ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ,କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲା ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି।