Corona Cases Odisha: ଆଜି ରାଜ୍ୟରୁ ୨୦ ପଜିଟିଭ ଚିହ୍ନଟ, ଅଧିକ ନମୁନା ପରୀକ୍ଷଣ ପାଇଁ ନିର୍ଦ୍ଦେଶ
ଭୁବନେଶ୍ଵର: Corona Cases Latest Updates Odisha ରାଜ୍ୟରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ତେଣୁ ଏଣିକି ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକରେ ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସ୍ଥିତି ଅନୁଧ୍ୟାନ କରି ଲକ୍ଷଣ ଥିବା ରୋଗୀଙ୍କ ନମୁନା ପରୀକ୍ଷା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନମୁନା ପଜିଟିଭ୍ ବାହାରିଲେ ଜିନମ୍ ସିକୁଏନ୍ସିଂ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଟିକା ନେଇ ନାହାନ୍ତି, ତୁରନ୍ତ ଟିକା ନେବାକୁ ପରାମର୍ଶ ସେ ଦେଇଛନ୍ତି।
ଗତକାଲି ରାଜ୍ୟରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଶୁକ୍ରବାର ପୁଣି ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମ ରହିଛି। ରାଜ୍ୟରୁ ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ କେହି ଚିହ୍ନଟ ହୋଇନାହାନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵରରୁ ୨ଜଣ, କଳାହାଣ୍ଡିରୁ ଜଣେ, କେଉଁଝରରୁ ଜଣେ ଏବଂ ସୁନ୍ଦରଗଡରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୧୮ଲକ୍ଷ ୫୩ହଜାର ୫୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୮ ହଜାର ୫୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୨୮୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also | High Security Plate: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ବିନା ଆଉ ଗଡିବନି ଗାଡି, ଏହି ପୋର୍ଟାଲରେ ହେବ ଆବେଦନ