Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

Share this:

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୟାଗଡ (Nayagargh) ପରୀ ହତ୍ୟା ମାମଲା (Pari Murder Case) କୁ ନେଇ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ଆଜି ଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା କମିସନ (National Commission for Protection of Child Rights) ଙ୍କୁ  ସାକ୍ଷାତ୍‍ କରିଛନ୍ତି। ଶ୍ରୀ ପାତ୍ର କମିସନଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ସେ ଦାବି ତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହିତ ଏହି ମାମଲାରେ ଅଙ୍ଗଚୋରି ହୋଇଛି ନା ନାହିଁ, ଏବଂ ମନ୍ତ୍ରୀ ଅରୁଣ ସାହୁ ଙ୍କ ଏଥିରେ ସଂପୃକ୍ତି ଅଛି କି ନାହିଁ ଏହାର ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସମ୍ମୁଖରେ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେହିପରି ରାଜ୍ୟ ବିଧାନସଭା ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ (Pradipta Nayak) ଙ୍କ ନେତୃତ୍ୱରେ ଆଜି ବିଜେପି ର ୧୮ ଜଣିଆ ବିଧାୟକଦଳ ପରୀର ଗ୍ରାମଯଦୁପୁରକୁ ଯାଇଥିଲେ। ସେଠାରେ ପରୀର ପରିବାର ବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି। ଏଥିସହ ପରୀର ମୃତଦେହ ଯେଉଁ ପୋଖରୀ କୂଳରେ ମିଳିଥିଲା ସେଠାକୁ ମଧ୍ୟ ପ୍ରତିନିଧି ଦଳ ଯାଇ ପରିଦର୍ଶନ କରିଥିଲେ। ପରୀ ପରିବାରକୁ ଉଚିତ୍‍ ନ୍ୟାୟ ପ୍ରଦାନ, ହତ୍ୟାକାଣ୍ଡର ସିବିଆଇ (CBI) ତଦନ୍ତ ସହ ଅଭିଯୁକ୍ତକୁ ଗିରଫ କରା ନଯିବା ଯାଏ ବିଜେପି ଆନ୍ଦୋଳନ ଚାଲୁ ରଖିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହିତ ପରୀଭଳି ରାଜ୍ୟର ୫ହଜାର ୩୩୮ ଜଣ ଶିଶୁ ନିଖୋଜ ଥିବାରୁ ସେସବୁର ମଧ୍ୟ ସିବିଆଇ ଦ୍ୱାରା ତଦନ୍ତ କରାଯିବାର ସେମାନେ ଦୃଢ଼ ଦାବୀ କରିଛନ୍ତି।

ଅନ୍ୟପକ୍ଷରେ ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (NCPCR) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି। ଏ ନେଇ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଜବାବ୍‍ ତଲବ କରିଛନ୍ତି। ଅଭିଯୁକ୍ତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ବର୍ତ୍ତମାନ ମାମଲାର ସ୍ଥିତି ତଦନ୍ତର ଅଗ୍ରଗତି ସମ୍ପର୍କିତ ଦସ୍ତାବିଜ୍‍ ୧୦ ଦିନ ମଧ୍ୟରେ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Also Read | Covid-19 Vaccine:କୋଭିଡ ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Share this: