Covid 19 India: କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ବିଶ୍ୱରେ ଭାରତ ଶୀର୍ଷରେ

Share this:

New Delhi: ନିର୍ଦ୍ଦିଷ୍ଟ ରଣନୀତି ସହିତ କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ କରୋନା (Covid-19) ପଜିଟିଭ୍ ଓ କମ୍ ମୃତ୍ୟୁ ବଜାୟ ରଖିବାରେ ବିଶ୍ୱସ୍ତରର ଦେଶ ଗୁଡ଼ିକ ମଧ୍ୟରେ ରହିପାରିଛି।

ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପଜିଟିଭ୍ ସଂଖ୍ୟାହ୍ ୫ହଜାର ୫୫୨ ଥିବା ବେଳେ ଭାରତରେ ଏହି ସଂଖ୍ୟା ୫ ହଜାର ୭୯୦ ରହିଛି । ଯୁକ୍ତରାଷ୍ଟ୍ର ଆମେରିକା (USA), ବ୍ରାଜିଲ, ଫ୍ରାନ୍ସ, ବିଟ୍ରେନ, ରୁଷିଆ ଏବଂ ଦକ୍ଷିଣ ଆଫ୍ରିକାରେ ଏହି ସଂଖ୍ୟା ବହୁ ଅଧିକ ରହିଛି। ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୧୪୮ଥିବା ବେଳେ ଭାରତରେ ଏହା ରହିଛି ୮୭। କୋଭିଡ-୧୯ ପରିଚାଳନାରେ ଭାରତର ଲକ୍ଷ୍ୟଭିତ୍ତିକ ରଣକୌଶଳ ଏବଂ ସୁବ୍ୟବସ୍ଥିତ ଜନସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ଯୋଗୁ ଗତ କେଇ ମାସ ମଧ୍ୟରେ ଏହି ଉତ୍ସାହଜନକ ଫଳ ମିଳିପାରିଛି।

ମୋଟ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ବିଶ୍ୱରେ ଅନ୍ୟତମ ଦେଶ ଭାବେ ସର୍ବାଗ୍ରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୬୬ ହଜାର ୭୮୬  ନମୁନା ପରୀକ୍ଷା ହୋଇଛି। ଏ ପର୍ଯ୍ୟନ୍ତ ମୋଟ ୧୦ କୋଟି ୫୪ ଲକ୍ଷ ୮୭ ହଜାର ୬୮୦ ନମନା ପରୀକ୍ଷା ହୋଇଛି। ବ୍ୟାପକ ଭାବେ ସୁବ୍ୟବସ୍ଥିତ ନମୁନା ପରୀକ୍ଷା କରାଯାଉଥିବାରୁ ଶୀଘ୍ର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇ ଉଚିତ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁଛି। ତେଣୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି। ଭାରତରେ ଏବେ ମୃତ୍ୟୁ ହାର ରହିଛି ୧.୫୦%।

ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏବେ ମୋଟ ପଜିଟିଭ୍ ସଂଖ୍ୟାର ୭.୬୪ % ସକ୍ରିୟ ମାମଲା ଭାବେ ରହିଛି, ଯାହାକି ୬ ଲକ୍ଷ ୧୦ ହଜାର ୮୦୩ । ମୋଟ ସୁସ୍ଥଙ୍କ ସଂଖ୍ୟା ରହଛି ୭୨ ଲକ୍ଷ ୫୯ ହଜାର ୫୦୯। ନୂଆ ସୁସ୍ଥଙ୍କ ମଧ୍ୟରେ ୭୭ % କେବଳ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରୁ ଗୋଟିଏ ଦିନରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆ ପଜିଟିଭ୍ ମାମଲା ମଧ୍ୟରୁ  ୭୯% ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ନୂଆ ମାମଲାରେ ମହାରାଷ୍ଟ୍ରକୁ କେରଳ ଟପି ଯାଇଛି। ଉଭୟ ରାଜ୍ୟରେ ଏବେ ୫ ହଜାରରୁ ଅଧିକ ମାମଲା ଆସୁଛି। ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ମାମଲା ବଢ଼ୁଥିବା ନଜରକୁ ଆସିଛି।

Also Read | Similipal: ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Share this: