Angul Covid-19 : ପୁଣି ଅନୁଗୋଳ ଜିଲ୍ଲାରୁ ୧୧୨ କରୋନା ପଜିଟିଭ ଚିହ୍ନଟ, ୮୯ ଜଣ ସୁସ୍ଥ

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପୁଣି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ପାର କରିଛି। ଜିଲ୍ଲାରୁ ଆଜି ୧୧୨ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୧ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୭ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୪ଜଣ, ତାଳଚେର ବ୍ଳକ୍ ଅଞ୍ଚଳରୁ ୧୪ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୭ଜଣ, ତାଳଚେର ପୌରାଞ୍ଚଳରୁ ୬ଜଣ  , ଆଠମଲ୍ଲିକ ବ୍ଳକ୍ ଅଞ୍ଚଳରୁ ୪ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୪ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୨ ଜଣ  ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ଜଣେ ଅଛନ୍ତି।

ସେହିପରି ଆଜି ଜିଲ୍ଲାରୁ ୮୯ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ୍ ହସପିଟାଲରୁ ୬ ଜଣ କୋଭିଡ୍ କେୟାର ସେଣ୍ଟରରୁ ଓ ୭୦ ଜଣ ହୋମ ଆଇସୋଲେସନ୍ ରୁ ସୁସ୍ଥ ହୋଇଛନ୍ତି।

Also Read | Corona Vaccine: ରାଜ୍ୟରେ କରୋନା ଟୀକା ପ୍ରଥମେ ପାଇବେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Share this: